ଏସଆଇଟି ବୈଠକରେ ଅର୍ଚ୍ଚନା ପ୍ରସଙ୍ଗ

ଏସଆଇଟି ବୈଠକରେ ଅର୍ଚ୍ଚନା ପ୍ରସଙ୍ଗ

ଏସଆଇଟି ବୈଠକରେ ଅର୍ଚ୍ଚନା ପ୍ରସଙ୍ଗ

ନୂଆଦିଲ୍ଲୀ: ଏସଆଇଟି ବୈଠକରେ ଉଠିଲା ଅର୍ଚ୍ଚନା ପ୍ରସଙ୍ଗ। ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଳାଧନ ନେଇ ଗଠିତ ଏସଆଇଟି ବୈଠକରେ ଉଠିଛି ଅର୍ଚ୍ଚନା ନାଗ ପ୍ରସଙ୍ଗ । ଏହି ମାମଲାର ତଦନ୍ତରେ କେତେ ଅଗ୍ରଗତି ହୋଇଛି ସେନେଇ ଜାଣିବାକୁ ଚାହିଁଥିଲେ ଏସଆଇଟି ଉପାଧ୍ୟକ୍ଷ । ଅର୍ଚ୍ଚନା ମାମଲାରେ ଇଡି ମଧ୍ୟ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ ଅର୍ଚ୍ଚନାଙ୍କ ନିକଟରେ ୧୦କୋଟି ଟଙ୍କାର କଳାଧନ ଠାବ ହୋଇଛି । ମାମଲାରେ ଆୟକର ବିଭାଗ ତଦନ୍ତ କରିବାକୁ ଏସଆଇଟି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସିବିଡିଟି, ଇଡି, ଆୟକର ବିଭାଗ, ନାର୍କେଟିକ୍ସ ବିଭାଗ, ଭାରତର ନିର୍ବାଚନ କମିଶନର ଓ ଭାରତ ସରକାରଙ୍କ ତଦନ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଅର୍ଚ୍ଚନା ନାଗ୍ ମାମଲାରେ ଉଠୁଛି ପଡୁଛି ପୂରା ଓଡିଶା । ତଦନ୍ତ ଚାଲିଛି, ଗୁମର ଖୋଲୁଛି । ଏହି ମାମଲାରେ ଜବତ ହୋଇଥିବା ମୋବାଇଲ ଗୁଡିକରୁ ଅନେକ ତଥ୍ୟ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି ସାଇବର ଏକ୍ସପର୍ଟ । କୁହାଯାଉଛି, ଅର୍ଚ୍ଚନାଙ୍କ ବାପାଙ୍କ ମୋବାଇଲକୁ ମିଶାଇ ମୋଟ ୫ଟି ମୋବାଇଲର ଡିଲିଟ ମେସେଜ ଖୋଲିଦେବ ଅର୍ଚ୍ଚନାଙ୍କ ଟଙ୍କା ନେଣଦେଣର ଅନେକ ଗୁମର । ରବିବାର ମୋବାଇଲ ଡାଟା ଏକ୍ସଟ୍ରାକସନ ପାଇଁ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗଙ୍କଠାରୁ ପ୍ରବର୍ତନ ନିିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଛି ।