ବିଜେପି କଥାରେ ନିର୍ବାଚନ କମିଶନର ପରିଚାଳିତ ହେଉଛନ୍ତି : ମେହବୁବା ମୁଫତି
ବିଜେପି କଥାରେ ନିର୍ବାଚନ କମିଶନର ପରିଚାଳିତ ହେଉଛନ୍ତି : ମେହବୁବା ମୁଫତି
ଶ୍ରୀନଗର: କେନ୍ଦ୍ରରେ ଶାସନ କରୁଥିବା ବିଜେପି କଥାରେ ନିର୍ବାଚନ କମିଶନର ପରିଚାଳିତ ହେଉଛନ୍ତି । ଅଭିଯୋଗ ଆଣିଛନ୍ତି ପିଡିପି ସଭାନେତ୍ରୀ ମେହବୁବା ମୁଫତି । ନିର୍ବାଚନ କମିଶନର ବର୍ତ୍ତମାନ ବିଜେପି ଦ୍ୱାରା ପରିଚାଳିତ ହେଉଥିବାରୁ ଏହା ନିଜର ସ୍ୱାଧୀନତା ହରାଇଛି ବୋଲି କହିଛନ୍ତି ମୁଫତି । ଅନନ୍ତନାଗର ଖରମ ଅଞ୍ଚଳରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମୁଫତି କହିଥିଲେ । ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ଦେଶବାସୀ ଗର୍ବିତ ଥିଲେ । ଭାରତୀୟ ନିର୍ବାଚନ କମିଶନକର ଅଧିକାରୀମାନେ ଅନ୍ୟ ଦେଶକୁ ଯାଇ ସେଠାକାର ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ନେଇ ତାଲିମ ଦେଉଥିଲେ ।
ତେବେ ବର୍ତ୍ତମାନ ଏହା ବିଜେପି ହାତର ଖେଳନା ପାଲଟିଛି । ବିଜେପି ଦେଳର ନେତା ଓ କର୍ମୀମାନେ ନିର୍ବାଚନର ବ୍ୟାପକ ଅନିୟମିତତା ବି କରୁଥିଲେ ମଧ୍ୟ ନିର୍ବାଚନ କନିଶନର ହାତବାନ୍ଧି ବସିଛି । ହିମାଚଳ ପ୍ରଦେଶରେ ବିଜେପି ନେତାମାନେ ମୁସଲମାନ ଭୋଟରଙ୍କୁ ନାନା ପ୍ରକାର ଭୟଭିତତ କରୁଥିଲେ ମଧ୍ୟ ନିର୍ବାଚନ କମିଶନର ଚୁପ ରହିଛି । ଏସବୁ ପ୍ରସଙ୍ଗରୁ ନିର୍ବାଚନ କମିଶନ ବିଜେପିର ହାତବାରିସି ପାଲଟିଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି ।




admin 