ଏପରି କରନ୍ତୁ ପାଖ ମାଡ଼ିବନି ଡେଙ୍ଗୁ ଜ୍ୱର
ଏପରି କରନ୍ତୁ ପାଖ ମାଡ଼ିବନି ଡେଙ୍ଗୁ ଜ୍ୱର
ଭୁବନେଶ୍ୱର: ଏବେ ଚାରିଆଡେ଼ ଚିନ୍ତା ବଢ଼ାଇଛି ଡେ଼ଙ୍ଗୁ ଜ୍ୱର । କ୍ରମେ ଏହା ବୃଦ୍ଧି ପାଇବାରେ ଳାଗିଛି । ଦିନକୁ ଦିନ ଅନେକ ଲୋକଙ୍କର ଜୀବନ ମଧ୍ୟ ନେଇସାରିଲାଣି । ଏହି ଦିନରେ ମଶା ମାନଙ୍କର ବଂଶ ବୃଦ୍ଧି ପାଇବା ଯୋଗୁ ଡେଙ୍ଗୁ, ଚିକେନଗୁନିଆ ଆଦି ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ ରହୁଛି । ନିଜ ସୁସ୍ଥ ରହିବା ସହିତ ନିଜ ପରିବାର ଓ ପରିବେଶକୁ ମଧ୍ୟ ସୁସ୍ଥ ରଖିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଆମେ ନିଜର ଯତ୍ନ ନେବା । ଯାହାକି ମାରାତ୍ମକ ଡେ଼ଙ୍ଗୁ ହେବାରୁ ରୋକାଯାଇ ପାରିବା । କେତେକ ଘରୋଇ ଚିକିତ୍ସା ଦ୍ୱାରା ଏସବୁ ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ ।
- ଏଥିପାଇଁ ପ୍ରତିଦିନ ସକାଳେ ଗଙ୍ଗଶିଉଳି ଗଛର କଅଁଳିଆ ପତ୍ର ୭ଟି ସହିତ ୩ଟି ଗୋଲମରିଚ ବାଟି ପିଇଲେ ସୁଫଳ ମିଳିଥାଏ । ଏହାଦ୍ୱାରା ବ୍ରେନ୍ ମ୍ୟାଲେରିଆ ମଧ୍ୟ ଭଲ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ଏହାର ପତ୍ରକୁ ସିଝାଇ ଏହାର ପାଣି ପିଇଲେ ମଧ୍ୟ ସୁଫଳ ମିଳେ । ଏଥିରେ ମହୁ ମିଶାଇ ପିଇଲେ ଥଣ୍ଡା କାଶ ଓ ସାଧାରଣ ଜ୍ୱର ଭଲ ହୋଇଥାଏ ।




admin 