ଉତ୍କଳ ଦିବସ ଶୁଭେଚ୍ଛା ଜଣାଇଲେ ମୋଦୀ
ଉତ୍କଳ ଦିବସ ଶୁଭେଚ୍ଛା ଜଣାଇଲେ ମୋଦୀ
ଭୁବନେଶ୍ୱର: ୧୯୩୬ ମସିହା ଆଜିର ଦିନରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ଏହି ଦିନରେ ଭାଷା ଭିତ୍ତିରେ ପ୍ରଦେଶ ଗଠନର ମାନ୍ୟତା ପାଇଥିଲା ଓଡିଶା । ୧୯୩୬ମସିହା ଏପ୍ରିଲ ୧ତାରିଖରେ ଗଠନ ହୋଇଥିଲା ଓଡିଶା । ଭାରତ ମାନଚିତ୍ର ଆଙ୍କି ହୋଇଥିଲା ଜଗନ୍ନାଥ ସଂସ୍କୃତିର ଏହି ପବିତ୍ର ଭୂଇଁ । ଏହାରି ଭିତରେ ଓଡିଶା ୮୭ ବର୍ଷରେ ପାଦ ଥାପିଛି । ସାରା ବିଶ୍ୱରେ ଥିବା ଓଡିଆମାନେ ଆଜି ଏହି ଦିବସଟିକୁ ପାଳନ କରିବା ସହ ଓଡିଶାର ଜୟଗାନ କରୁଛନ୍ତି ।
ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହା ସହିତ ସେ କହିଛନ୍ତି ଦେଶର ପ୍ରଗତିରେ ଓଡିଆ ଲୋକଙ୍କ ଯୋଗଦାନ ଉଲ୍ଲେଖନୀୟ ଓ ଓଡିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଏହା ସହ ଓଡିଶାର ଅନନ୍ୟ ସଂସ୍କୃତିକୁ ଶତତ ସମ୍ମାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।




admin 