ପୁଣି ବଢ଼ିଲା ଗ୍ୟାସ୍ ଦର

ପୁଣି ବଢ଼ିଲା ଗ୍ୟାସ୍ ଦର

ପୁଣି ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଦରରେ ଲଗାମ ଲାଗୁ ନଥିବା ବେଳେ ଏବେ ଗ୍ୟାସ ଦର ବଢ଼ିଛି। ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍‌ ୨୦୫ ଟଙ୍କା ବଢ଼ିଛି। ଏହି ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ୨,୨୫୩ ଟଙ୍କା ହୋଇଯାଇଛି । ସେହିପରି କୋଲକାତାରେ ଏହି ଗ୍ୟାସ ଦର ୨,୩୫୧ ଟଙ୍କାକୁ ବୃଦ୍ଧି ପାଇଛି । ଦେଶବ୍ୟାପୀ ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି ।

ବାଣିଜ୍ୟ ନଗରୀ ମୁମ୍ବାଇରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ୨୨୦୫ ଟଙ୍କା ହୋଇଥିବାବେଳେ ଚେନ୍ନାଇରେ ଦାମ୍ ୨୪୦୬ ଟଙ୍କାକୁ ବୃଦ୍ଧି ପାଇଛି । ରେସ୍ତୋରାଁ, ଚା ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ତେଣୁ ଗ୍ୟାସ ଦାମ୍ ବଢିବା ସହ ଖାଦ୍ୟପଦର୍ଥ ମଧ୍ୟ ମହଙ୍ଗା କରିପାରନ୍ତି ଭୋଜନାଳୟ ମାଲିକ ।ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ବଢିଥିଲେ ହେଁ ୧୪.୨ କିଲୋଗ୍ରାମ୍ ଅଣ-ସବସିଡି ଯୁକ୍ତ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି । ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡର ଦାମ ୯୪୯.୫୦ ଟଙ୍କା ଥିବାବେଳେ ଅନ୍ୟ କିଛି ସ୍ଥାନରେ ୧୦୦୦ ଟଙ୍କା ରହିଛି । ମାର୍ଚ୍ଚ ୨୨ ତାରିଖରେ ଘରୋଇ ରନ୍ଧନ ଗ୍ୟାସ ଦର ୫୦ ଟଙ୍କା ବଢିଥିଲା । କହିରଖୁଛୁ କି, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରତିମାସରେ ଏଲ୍‌ପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ କରାଯାଇଥାଏ ।