ଉତରପ୍ରଦେଶରେ ଭାଙ୍ଗିବ ମହାମେଂଟ
ଉତରପ୍ରଦେଶରେ ଭାଙ୍ଗିବ ମହାମେଂଟ
admin
Jun 4, 2019 - 05:19
Updated: Jun 4, 2019 - 05:19
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିଜେପିକୁ ହରାଇବା ପାଇଁ ଉତରପ୍ରଦେଶରେ ମହାମେଂଟ ହୋଇଥିଲା । ମାୟାବତୀଙ୍କ ବିଏସପି ଓ ଅଖିଳେଶ ଯାଦବଙ୍କ ଏସପି ରାଜନୈତିକ ମନାନ୍ତର ଭୁଲି ଏକାଠି ନିର୍ବାଚନ ଲଢ଼ିଥିଲେ । ମାୟାବତୀ ଓ ଅଖିଳେଶ ବିଜେପିକୁ ହରାଇବା ନେଇ ଏତେ ଆତ୍ମବିଶ୍ୱାସୀ ହୋଇପଡ଼ିଥିଲେଯେ, କଂଗ୍ରେସକୁ ମଧ୍ୟ ମହାମେଂଟରୁ ବାଦ ଦେବାକୁ ପଛାଇ ନଥିଲେ । ତେବେ ନରେନ୍ଦ୍ର ମୋଦିଙ୍କ ଝଡ଼ ଆଗରେ ମହାମେଂଟ ଓ କଂଗ୍ରେସ ନିଷ୍ପ୍ରଭ ହୋଇଯାଇଥିଲା । ଏବେ ନିର୍ବାଚନର ସାଇଡ଼ ଇଫେକ୍ଟସ ପଡ଼ିବା ଆରମ୍ଭ କରିଛି । ମହାମେଂଟ ଭାଙ୍ଗିବା ନେଇ ସଂକେତ ଦେଇଛନ୍ତି ମାୟାବତୀ । ଏମିତିକି ଅଖିଳେଶଙ୍କ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଜିତିବା ପାଇଁ ମେଂଟ ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।
ଉତରପ୍ରଦେଶରେ ଖୁବଶୀଘ୍ର ୧୧ଟି ଆସନରେ ଉପନିର୍ବାଚନ ହେବ । ଏହି ୧୧ଟି ସ୍ଥାନରେ ବିଏସପି ଏକାକୀ ଲଢ଼ିବ ବୋଲି ମାୟାବତୀ ଘୋଷଣା କରିଛନ୍ତି । ଗତ ନିର୍ବାଚନରେ ମହାମେଂଟ ସଫଳ ନହେବାରୁ ମାୟାବତୀ ଏଭଳି ରଣନୀତି କରିଛନ୍ତି । ବସପା ନିଜର ଭୋଟ ବ୍ୟାଙ୍କ ପାଇଁ ୧୦ଟି ଆସନରେ ବାଜିମାତ କରିପାରିଛି । ତେବେ ସପାର ଭୋଟ ବ୍ୟାଙ୍କ କାମ ଦେଲା ନାହିଁ ବୋଲି ମାୟାବତୀ କହିଛନ୍ତି । ଏମତିିକି ଅଖିଳେଶ ନିଜ ପନôୀଙ୍କ ଆସନ ବି ହରାଇଥିବାରୁ ମାୟା ଅସନ୍ତୋଷ ପ୍ରକାଶ କରିବା ସହ ଯାଦବ ଭୋଟ ବିଭାଜନ ପାଇଁ ଅଖିଳେଶଙ୍କୁ ଦାୟୀ କରିଛନ୍ତି ।
ସୂଚନାଯୋଗ୍ୟଯେ, ଲୋକସଭା ନିର୍ବାଚନରେ ବିଏସପି ୩୮ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଏସପି ୩୭ ଆସନରେ ପ୍ରାର୍ଥୀ ଦେଇଥିଲା । କିନ୍ତୁ ଏସପି ୫ ଆସନରେ ଜିତିଥିବାବେଳେ ବିଏସପି ୧୦ ଆସନରେ ବାଜିମାତ କରିପାରିଥିଲା ।