ଆରୟନଙ୍କ ପରେ ଅନନ୍ୟା, ଏନସିବି କଲା ସମନ

ଆରୟନଙ୍କ ପରେ ଅନନ୍ୟା, ଏନସିବି କଲା ସମନ

ଆରୟନଙ୍କ ପରେ ଅନନ୍ୟା, ଏନସିବି କଲା ସମନ

ମୁମ୍ବାଇ: ବଲିଉଡ ପିଛା ଛାଡ଼ୁନି ଡ୍ରଗସ ବିବାଦ। ଏନସିବି ନଜରରେ ଏଵେ ଆଉ ଜଣେ ବଲିଉଡ ତାରକା ତଥା ଷ୍ଟାର କିଡ, ସେ ହେଲେ ଅନନ୍ୟା ପାଣ୍ଡେ। ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ବଲିଉଡର ଏହି ସୁନ୍ଦରୀ ହିରୋଇନଙ୍କୁ ଏଵେ ସମନ କରିଛି ଏନସିବି । 

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଏବେ ଷ୍ଟାର କିଡଙ୍କ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଞ୍ଚିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କଠାରୁ କିଛି ସୂଚନା ପାଇ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନନ୍ୟାଙ୍କୁ ସମନ ପଠାଇଛି ଏନସିବି। ଏହା ସହ ତାଙ୍କୁ ଆଜି ଦିନ ୨ଟା‌ରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି। ଅନନ୍ୟାଙ୍କ ଘରେ ଏନସିବି ପହଞ୍ଚିବା ସହ ତାଙ୍କ ମୋବାଇଲ ବି ଜବତ କରିଥିବା ଜଣାପଡିଛି । 

ଗତକାଲି ଆରୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ ଏନସିବି ପକ୍ଷରୁ କୁହାଯାଇଥିଲା ଯେ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଚାଟ କରିଥିଲେ ବୋଲି ପ୍ରମାଣ ଏନସିବି ହାତରେ ପ୍ରମାଣ ଲାଗିଛି। ଏହି ଚାଟରେ ଆରୟନ ବଲିଉଡ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ‌ତେବେ ଆଜି ଏନସିବି ଅନନ୍ୟାଙ୍କୁ ସମନ ପଠାଇବା ପରେ ଆରୟନ ଚାଟ୍ କରିଥିବା ଅଭିନେତ୍ରୀ ଅନନ୍ୟା ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅପରପକ୍ଷରେ ଏନସିବିର ଏକ ଟିମ ଆଜି ଶାହରୁଖଙ୍କ ଘରକୁ ଯାଇଥିଲା।ମୁମ୍ବାଇ: ବଲିଉଡ ପିଛା ଛାଡ଼ୁନି ଡ୍ରଗସ ବିବାଦ। ଏନସିବି ନଜରରେ ଏଵେ ଆଉ ଜଣେ ବଲିଉଡ ତାରକା ତଥା ଷ୍ଟାର କିଡ, ସେ ହେଲେ ଅନନ୍ୟା ପାଣ୍ଡେ। ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ବଲିଉଡର ଏହି ସୁନ୍ଦରୀ ହିରୋଇନଙ୍କୁ ଏଵେ ସମନ କରିଛି ଏନସିବି । 

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଏବେ ଷ୍ଟାର କିଡଙ୍କ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଞ୍ଚିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କଠାରୁ କିଛି ସୂଚନା ପାଇ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନନ୍ୟାଙ୍କୁ ସମନ ପଠାଇଛି ଏନସିବି। ଏହା ସହ ତାଙ୍କୁ ଆଜି ଦିନ ୨ଟା‌ରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି। ଅନନ୍ୟାଙ୍କ ଘରେ ଏନସିବି ପହଞ୍ଚିବା ସହ ତାଙ୍କ ମୋବାଇଲ ବି ଜବତ କରିଥିବା ଜଣାପଡିଛି । 

ଗତକାଲି ଆରୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ ଏନସିବି ପକ୍ଷରୁ କୁହାଯାଇଥିଲା ଯେ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଚାଟ କରିଥିଲେ ବୋଲି ପ୍ରମାଣ ଏନସିବି ହାତରେ ପ୍ରମାଣ ଲାଗିଛି। ଏହି ଚାଟରେ ଆରୟନ ବଲିଉଡ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ‌ତେବେ ଆଜି ଏନସିବି ଅନନ୍ୟାଙ୍କୁ ସମନ ପଠାଇବା ପରେ ଆରୟନ ଚାଟ୍ କରିଥିବା ଅଭିନେତ୍ରୀ ଅନନ୍ୟା ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅପରପକ୍ଷରେ ଏନସିବିର ଏକ ଟିମ ଆଜି ଶାହରୁଖଙ୍କ ଘରକୁ ଯାଇଥିଲା।