କୋଲକାତାରେ ରସଗୋଲା ମେଳା

କୋଲକାତାରେ ରସଗୋଲା ମେଳା

କୋଲକାତାରେ ରସଗୋଲା ମେଳା

କୋଲକାତା: କୋଲକାତାର ଜଣାଶୁଣା ରସଗୋଲା ଦୋକାନ ‘ଗିରୀଶ ଚନ୍ଦ୍ର ଦେ, ବେଙ୍ଗଲୀ ସୁଇଟସ ଆଦି ରସଗୋଲା ମେଳାର ଆୟୋଜନ କରିଥିଲେ। ଦୁର୍ଗାପୂଜାର ଷଷ୍ଠୀ ଦିନରୁ ଏହି ମେଳା ଆରମ୍ଭ ହୋଇ ଦଶମୀ ଦିନ ବିଳମ୍ବିତ ରାତି୍ର ପର୍ୟ୍ୟନ୍ତ ଚାଲିଥିଲା। ୧୦ କିମ୍ବା ୧୫ ପ୍ରକାରର ରସଗୋଲା ନୁହେଁ, ଗୋଟିଏ ଦୋକାନରେ ୩୬୦ ପ୍ରକାରର ରସଗୋଲା ତିଆରି କରାଯାଇଥିବା ବେଳେ ଅନ୍ୟ ଦୋକାନରେ ୪୧୧ ପ୍ରକାର ସ୍ୱାଦର ରସଗୋଲା ତିଆରି କରାଯାଇଥିଲା। ବଙ୍ଗୀୟମାନେ ଖୁବ ମିଠା ପ୍ରିୟ କରୋନା କଟକଣା ସହିତ ଏ ବର୍ଷର ଦୁର୍ଗା ପୂଜା ସେମାନେ ବେଶ ଭଲରେ ଅତିବାହିତ କରିଛନ୍ତି। ଗିରୀଶ ଚନ୍ଦ୍ର ଦେ ୧୭୭ ବର୍ଷର ପୁରୁଣା ଦୋକାନ କହିବାକୁ ଗଲେ ଏଇ ଦୋକାନର ପ୍ରତ୍ୟେକ ମିଠା ଗ୍ରାହକଙ୍କ ମନରେ ଏକ ବିଶ୍ୱାସ ଆଣିପାରିଛି। ଶସ୍ତାଠାରୁ ମହରଗ ବିଭିନ୍ନ ସ୍ୱାଦର, ରଙ୍ଗର ୭୦୦-୧୦୦୦ ପ୍ରକାରର ମିଠା ଏଇ ଦୋକାନରେ ପ୍ରତିଦିନ ତିଆରି କରାଯାଏ। ଏଥରକ ଦୁର୍ଗାପୂଜାରେ ମାଲିକ ନିଷ୍ପତ୍ତି ନେଇ ରସଗୋଲା ମେଳାର ଆୟୋଜନ କରିବାକୁ ଅଧିକାଂଶ ଗ୍ରାହକ ଏଇ ଦୋକାନରେ ‘ଲିଚି’ ସ୍ୱାଦର ରସଗୋଲା, ‘ବ୍ଲାକ କରେଣ୍ଟ‘ ରସଗୋଲାକୁ ପସନ୍ଦ କରିଥିଲେ। କିଲୋ ପିଛା ଏସବୁ ରସଗୋଲା ୭୨୦ ଟଙ୍କାରୁ ଆରମ୍ଭ ହୋଇ ୧୫୦୦ ଟଙ୍କାରେ ବିକି୍ର ହୋଇଥିଲା।