ମାଣିକେଶ୍ବରୀଙ୍କ ରାଣ ନଖାଇବା ମମିତାଙ୍କ ପାଇଁ କାଳ ହେଲା!
ମାଣିକେଶ୍ବରୀଙ୍କ ରାଣ ନଖାଇବା ମମିତାଙ୍କ ପାଇଁ କାଳ ହେଲା!
ଭବାନୀପାଟଣଶ: ମହାଲିଙ୍ଗମ୍ ସନ୍ସାଇନ୍ ସ୍କୁଲ୍ର ପ୍ରତିଷ୍ଠାତା ତଥା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଗୋବିନ୍ଦ ସାହୁର କଳା କାରନାମା ବିଷୟରେ ଜାଣିଥିଲେ ମମିତା। ତେଣୁ ମମିତାକୁ ସନ୍ତୁଷ୍ଟ କରିବାକୁ ଗୋବିନ୍ଦ ତାଙ୍କୁ ଅଧ୍ୟକ୍ଷା ଭାବେ ସ୍କୁଲର ସମସ୍ତ ଦାୟିତ୍ୱ ଦେଇଥିଲେ। ତେବେ ଏହି ପଦରୁ ହଟାଇ ନିଜେ ଅଧ୍ୟକ୍ଷା ହେବା ପାଇଁ ଆଉ ଦୁଇ ଜଣ ଶିକ୍ଷୟିତ୍ରୀ ବହୁ କସରତ କରୁଥିଲେ। ଗୋବିନ୍ଦ ମମିତାକୁ ବିଶ୍ୱାସକୁ ନେଇଥିବା ବେଳେ ଅନ୍ୟ ଦୁଇ ଜଣ ମଧ୍ୟ ଗୋବିନ୍ଦର ନିକଟତର ହେବାକୁ ବାରମ୍ବାର ଉଦ୍ୟମ କରୁଥିଲେ । ମମିତାର ସମସ୍ତ ଦୋଷ ଦୁର୍ବଳତା ଗୋବିନ୍ଦକୁ ଜଣାଉଥିଲେ। ଏପରିକି ଲକଡାଉନ ପରେ ସ୍କୁଲ ଖୋଲିଲେ ମମିତାକୁ ହଟାଇ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣକୁ ଅଧ୍ୟକ୍ଷା କରିବାର ଥିଲା। ମାତ୍ର ମମିତା ସେ ଯୋଜନା ସମ୍ପର୍କରେ ଜାଣିପାରି ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ଗୋବିନ୍ଦର କାରନାମା ସମ୍ପର୍କରେ କହିଥିଲେ। କିଛି ପ୍ରମାଣ ବି ଦେଖାଇଥିଲେ । ସେ ସବୁ ଶିକ୍ଷୟିତ୍ରୀଙ୍କ ସହିତ ଖେଳୁଛି ବୋଲି ବୁଝାଇବା ପରେ ତିନି ଜଣ ଯାକ ମିଶିଯାଇଥିଲେ। ସମସ୍ତେ ମିଶି ଗୋବିନ୍ଦର ପର୍ଦ୍ଦାଫାସ କରିବାକୁ ଯୋଜନା କରିଥିଲେ। ସେମାନେ ମିଳିତ ଭାବରେ ଏକ ଫେସବୁକ ଆଇଡି ଖୋଲି ସେଥିରେ ଗୋବିନ୍ଦର ଆପତ୍ତିଜନକ ଭିଡିଓ ଏବଂ ଫଟୋ ସବୁ ଛାଡ଼ିବାର ଧମକ ଦେଇଥିଲେ। ଗୋବିନ୍ଦ ଏସବୁ ଜାଣିବା ପରେ ମାମଲାକୁ ଚତୁରତାର ସହିତ ସମାଧାନ କରିବାକୁ ଲାଗି ପଡ଼ିଥିଲା। ଘଟଣା ଦିନ ମମିତାଙ୍କୁ ଡକାଇଥିଲା ଗୋବିନ୍ଦ। ସେମାନେ ଉକ୍ତ କାର୍ (ଓଡି-୦୮କେ-୧୦୦୨)ରେ ଭବାନୀପାଟଣା ସହରକୁ ନେଇଥିଲା। ସେଠାରେ ସେମାନେ କିଛି କିଣାକିଣି କରିଥିଲେ। ପରେ ବାଟରେ କାର୍ ସେମାନେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବି ମାଣିକେଶ୍ବରୀଙ୍କ ମନ୍ଦିରକୁ ଯିବାକୁ କହିଥିଲା। ସେଠାରେ ମାଣିକେଶ୍ବରୀଙ୍କ ନିକଟରେ ଶପଥ କରି ତା ସଂପର୍କରେ ଜାଣିଥିବା କଥା କାହାକୁ ନଜଣାଇବାକୁ ବାଧ୍ୟ କରିଥିଲା। ମାତ୍ର ମମିତା ଏଥିରେ ରାଜି ହୋଇ ନଥିଲେ। ଏହାକୁ ନେଇ କାର୍ ମଧ୍ୟରେ ବଚସା ହୋଇଥିଲା। ମୁଖ୍ୟ ରାସ୍ତାରେ କାର୍ ମଧ୍ୟରେ ମମିତାର ତଣ୍ଟି ଚିପି ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ଗୋବିନ୍ଦ ସ୍ବୀକାର କରିଛି। ସେହି ବାଟରୁ ସେ ଶବକୁ ଠିକଣାରେ ଲଗାଇବାର ଯୋଜନା କରିଛି। ଦିନରେ ଏସବୁ କିଛି ହୋଇ ପାରିବ ନାହିଁ ବୋଲି ରାତି ପର୍ୟ୍ୟନ୍ତ ଅପେକ୍ଷା କରିଥିଲା ଗୋବିନ୍ଦ। ତେବେ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି କରିଥିଲା। କାଠ, ଟାୟାର୍, ପେଟ୍ରୋଲ୍ ଯୋଗାଡ଼ କରିଛି। ଶେଷର ଷ୍ଟାଡିୟମ୍ରେ ଗାତ ଖୋଳି ଶବ ପୋଡ଼ିବା ପରେ ପୋତି ଦେଇଥିବା ଗୋବିନ୍ଦ ପୁଲିସ ଆଗରେ ସ୍ବୀକାର କରିଛି।




admin 