ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ନୀତି ସଂପନ୍ନ
ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ନୀତି ସଂପନ୍ନ
ପୁରୀ: ବୁଧବାର ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଦ୍ବିତକ୍ରୀଡ଼ା । ଏଥିରେ ମହାଲକ୍ଷ୍ମୀଙ୍କ ଠାରୁ ପରାସ୍ତ ହୋଇଥିଲେ ଶ୍ରୀଜଗନ୍ନାଥ । ସର୍ତ୍ତ ମୁତାବକ ଠାକୁରାଣୀଙ୍କ ପାଖରେ ବନ୍ଧକ ପଡ଼ିଲେ ମହାପ୍ରଭୁ । ଠାକୁରଙ୍କ ସ୍ୱରୂପ ମାଧବ ୭ ଦିନ ପର୍ୟ୍ୟନ୍ତ ବନ୍ଧକ ରହିବାର ବିଧି ହୋଇଛି । ଠାକୁରଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବକ ଲକ୍ଷ୍ମୀଙ୍କ ପ୍ରତିନିଧି ଭାବେ ଭିତରକୁ ସେବକ ଦେବନୀତି ସମ୍ପନ୍ନ କରିଥିଲେ । ଏଥି ସହ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିଥିଲେ । ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ପରମ୍ପରାର ଏସବୁ ସ୍ୱତନ୍ତ୍ର ନୀତି । ଦେବ ଦମ୍ପତିଙ୍କ ପକ୍ଷରୁ ସେବକମାନେ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ । ୨୧ଟି ରୌପ୍ୟ ଓ ୨୧ଟି ହିଙ୍ଗୁଳ କଉଡ଼ିରେ ପଶା ଓ ଶକଟା ଆଦି ପାରମ୍ପରିକ କ୍ରୀଡ଼ା ଶକଟା, ପଶା ଓ କଉଡ଼ି ଖେଳରେ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଠାରୁ ହାରି ଯାଇଥିଲେ । ସର୍ତ୍ତ ମୁତାବକ ମହାପ୍ରଭୁ ଠାକୁରାଣୀଙ୍କ ନିକଟରେ ବନ୍ଧକ ରହିଥିଲେ । ରତ୍ନ ସିଂହାସନରେ ବିରାଜିତ ଠାକୁରଙ୍କ ସ୍ୱରୂପ ମାଧବ ୭ ଦିନ ପର୍ୟ୍ୟନ୍ତ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ବନ୍ଧକ ରହିବାର ବିଧି ହୋଇଥିଲା । ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଏହି ନୀତି ବଢ଼ିଥିଲା । ୭ ଦିନ ପୁନଃ ରତ୍ନ ସିଂହାସନରେ ବିଜେ କରିବେ । ସ୍ୱତନ୍ତ୍ର ବେଶ ଓ ବାଳଭୋଗ ଭଳି ବିଧି ଯୋଗୁ ନୀତି ବିଳମ୍ବ ଚାଲିଥିବା ସୂଚନା ରହିଛି ।




admin 