ଏକାଠି ଲଢ଼ିବେ ସପା-ଏସବିଏସପି
ଏକାଠି ଲଢ଼ିବେ ସପା-ଏସବିଏସପି
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି ଏବଂ ଓମ ପ୍ରକାଶ ରାଜଭରଙ୍କ ସୁହେଲ ଦେବ ଭାରତୀୟ ସମାଜ ପାର୍ଟି ଏକାଠି ନିର୍ବାଚନ ଲଢ଼ିବେ। ସମାଜବାଦୀ ପାର୍ଟି ପକ୍ଷରୁ ବୁଧବାର ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ବଞ୍ଚିତ, ଅବହେଳିତ, ପଛୁଆ ବର୍ଗର ଲୋକ ଦଳିତ, ମହିଳା, ଚାଷୀ, ଯୁବଗୋଷ୍ଠୀ ଏବଂ ସମାଜର ଦୁର୍ବଳ ଶ୍ରେଣୀରା ଲୋକଙ୍କ ସ୍ୱାର୍ଥ ରକ୍ଷା ଲାଗି ବିଜେପି ବିରୋଧରେ ଏହି ଦୁଇ ଦଳ ହାତ ମିଶାଇବାକୁ ଯାଉଛନ୍ତି । ବିଜେପିକୁ ଉତ୍ତରପ୍ରଦେଶରୁ ମୂଳପୋଛ କରାଯିବ । ସୂଚନା ଥାଉ କି, ରାଜଭର ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ତେବେ ୨୦୧୯ ରେ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିଲା ।




admin 