ସରକାରରେ ସାମିଲ ହେବନି ଜେଡ଼ିୟୂ

ସରକାରରେ ସାମିଲ ହେବନି ଜେଡ଼ିୟୂ

ସରକାରରେ ସାମିଲ ହେବନି ଜେଡ଼ିୟୂ
ନୂଆଦିଲ୍ଲୀ : ନରେନ୍ଦ୍ର ମୋଦିଙ୍କ ସରକାରରେ ସାମିଲ ହେବନି ଜେଡ଼ିୟୂ । ଦାବି ମୁତାବକ ମନ୍ତ୍ରୀ ପଦ ନମିଳିବାରୁ ଏମିତି ନିଷ୍ପତି ନେଇଛି ଜେଡ଼ିୟୂ । ଜେଡ଼ିୟୂ ସୁପ୍ରିମୋ ନୀତିଶ କୁମାର ଏହା ଘୋଷଣା କରିଛନ୍ତି । ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଯାଉଥିବାବେଳେ ନୀତିଶ କୁମାରଙ୍କ ଏଭଳି ଘୋଷଣାକୁ ନେଇ ଚର୍ଚ୍ଚା ଜୋରଧରିଛି । ଜେଡ଼ିୟୂ ଦୁଇଟି ମନ୍ତ୍ରୀ ପଦ ଚାହିଁଥିଲା । ଜଣଙ୍କୁ କ୍ୟାବିନେଟ ଓ ଅନ୍ୟ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ କରାଯାଉ ବୋଲି ନୀତିଶ ଦାବି କରିଥିଲେ । କିନ୍ତୁ ବିଜେପି ତାହା ଗ୍ରହଣ କରିନଥିଲା । ଫଳରେ ଜେଡ଼ିୟୂର କୌଣସି ନେତା ପ୍ରଧାନମନ୍ତ୍ରୀ ବାସଭବନରେ ପହଁଚି ନଥିଲେ । ତେବେ ତାଙ୍କ ଦଳ ଏନଡ଼ିଏ ସହ ରହିଛି ଓ ରହିବ । କିନ୍ତୁ ସରକାର ଠାରୁ ଦୂରେଇ ରହିବ ବୋଲି ନୀତିଶ ପ୍ରକାଶ କରିଛନ୍ତି ।