ବିଜେପି ସରକାରରେ ସଂଖ୍ୟାଲଘୁ ସୁରକ୍ଷିତ: ନକ୍‌ଭୀ

ବିଜେପି ସରକାରରେ ସଂଖ୍ୟାଲଘୁ ସୁରକ୍ଷିତ: ନକ୍‌ଭୀ

ବିଜେପି ସରକାରରେ ସଂଖ୍ୟାଲଘୁ ସୁରକ୍ଷିତ: ନକ୍‌ଭୀ
ସାଲେପୁର: ସାଲେପୁରରେ ଶନିବାର ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଆବାସ ନକ୍‌ଭୀ ଯୋଗ ଦେଇଥିଲେ। ନକ୍‌ଭୀ କହିଥିଲେ, ବିଜେପି ସରକାର ସମୟରେ ସଂଖ୍ୟାଲଘୁ ସୁରକ୍ଷିତ ରହିଛନ୍ତି। ପୂର୍ବ ସରକାର ବେଳେ ପ୍ରତିମାସରେ କେଉଁଠି ନା କେଉଁଠି ଦଙ୍ଗା ହେଉଥିଲା। ଦଙ୍ଗାରେ ଶହ ଶହ ନିରୀହ ଲୋକଙ୍କ ଜୀବନହାନି ଘଟୁଥିଲା। ମୋଦୀ ସରକାର ଆସିବା ପରେ ଗତ ୫ବର୍ଷରେ ଗୋଟିଏ ବି ଦଙ୍ଗା ଘଟିନି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ସଂଖ୍ୟାଲଘୁ ସୁରକ୍ଷିତ ଅଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଆଣିବାକୁ ନକ୍‌ଭୀ ଆହ୍ବାନ ଦେଇଥିଲେ।