ମାଂସ ବରା ତରକାରୀ

ମାଂସ ବରା ତରକାରୀ

ମାଂସ ବରା ତରକାରୀ
ଆବଶ୍ୟକ ସାମଗ୍ରୀ: ୫୦୦ ଗ୍ରାମ କିମା ମାଂସ ୪ଟା ବଡ ପିଆଜ ୪ଟା କଂଚାଲଙ୍କା ଦେଢ଼ ସେମି ଅଦା ୧ଚାମଚ ଧନିଆ ୪ଟା ଶୁଖିଲା ଲଙ୍କା ୧ଚାମଚ ଜିରା ୩ସେମି ଡାଲଚିନି ୪ଟା ଗୋଲମରିଚ ୬ଚାମଚ ବେସନ ୧କପ ତେଲ ଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି ପ୍ରଣାଳୀ: କିମା ମାଂସରେ ଲୁଣ ଓ ହଳଦୀ ପକାଇ ସିଝାଅ । ଦୁଇଟା ପିଆଜ ଓ ତିନି ପାଖୁଡା ରସୁଣ, ଅଧା ପରିମାଣର ଅଦା ଓ ସବୁ କଂଚାଲଙ୍କାକୁ ଛୋଟ ଛୋଟ କରି କାଟି ରଖନ୍ତୁ । ସବୁ ବଟା ମସଲା, ସିଝା ମାଂସ ଓ ବେସନକୁ ଟିକେ ପାଣି ଦେଇ ଗୋଳାଇ, କାଗଜି ଲେମ୍ଭୁ ସାଇଜର ଗଢ଼ି ରଖ । କଡାଇରେ ସବୁ ତକ ତେଲ ଦେଇ ଗରମ କରି ବରା ଗୁଡିକ ଛାଣି ରଖ । ଛାଣିବା ପରେ ବଳିଥିବା ତେଲରେ ବାକି ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା ଅନ୍ୟାନ୍ୟ ମସଲା ବାଟି ପକାଅ । ସେଥିରେ ଟମାଟୋ କାଟି ପକାଅ । ଭାଜୁଥିବ, ଯେତେବେଳେ ତେଲରୁ ମସଲା ବାହାରି ଆସିବ ତାପରେ ପାଣି ଦେଇ ଦେବ । ପାଣି ଫୁଟିଲେ ମାଂସ ବରା ପକାଇ ଦୁଇ ମିନିଟ ଫୁଟିଲା ପରେ ଓହ୍ଲାଇ ଦେବେ ।