ଫଳ ଓ ପରିବାକୁ ରଖନ୍ତୁ ତାଜା

ଫଳ ଓ ପରିବାକୁ ରଖନ୍ତୁ ତାଜା

ଫଳ ଓ ପରିବାକୁ ରଖନ୍ତୁ ତାଜା
ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟ ଅଭାବ । କମ ସମୟ ମଧ୍ୟରେ କିପରି ଅଧିକ କାମ ହୋଇପାରିବ ସେଥିପ୍ରତି ସମସ୍ତେ ଚେଷ୍ଟିତ । ତେବେ ଅନେକ ସମୟରେ ଫ୍ରିଜରେ ପନିପରିବା ଓ ଫଳ ରଖିବା ପରେ ଏହା ସତେଜ ରହିନଥାଏ । ଫଳ ଓ ପରିବାକୁ ସତେଜ ରଖିବାକୁ ହେଲେ ପରିବା କିଣିବା ସମୟରେ ବିଶେଷ ଧ୍ୟାନ ଦେଇପାରିଲେ, ଏହା ଅଧିକ ସମୟ ଯାଏ ସତେଜ ରହିପାରିବ । ଆଳୁ: ଆଳୁ କିଣିବା ସମୟରେ ଟାଣ ଦେଖି କିଣନ୍ତୁ । ସବୁଜ ଦେଖାଯାଇଥିବା ଓ ଗଜା ଉଠିଥିବା ଆଳୁ କିଣନ୍ତୁ ନାହିଁ । ଗରମ ଦିନରେ କେବଳ ଛୋଟ ଛୋଟ ଆଳୁ କିଣନ୍ତୁ । କାରଣ ବଡ ଆଳୁ ଭିତର ଖରାପ ହୋଇଥାଇପାରେ । ଫୁଲକୋବି: ପତ୍ରରେ ଢଙ୍କା ହୋଇଥିବା ଫୁଲକୋବି ହିଁ ତାଜା ଓ ସତେଜ । ତା ସହ ଫୁଲଗୁଡିକ ପାଖକୁ ପାଖ ଖଞ୍ଜି ହୋଇ ରହିଥିଲେ ତାହା ତାଜା ବୋଲି ଜାଣିବେ । କାକୁଡି: କାକୁଡି ଉପରେ ହାଲକା ହାଲକା ଧଳା ଗାର ଓ ଟାଣୁଆ ହୋଇଥିଲେ, ତାହା ସତେଜ । କଲରା: ସବୁଜ ଓ ମଧମ ଆକାରର କଲରା ହିଁ ନିଅନ୍ତୁ । ଯେଉଁ କଲରା ଡେମ୍ପ ଯେତେ ସବୁଜ, ତାହା ସେତେ ସତେଜ । ଫ୍ରିଜରେ ପନିପରିବାକୁ ସତେଜ ରଖିବାର ଉପାୟ . ସେଓକୁ ଫ୍ରିଜରେ ରଖିବା ପୂର୍ବରୁ ପାଣିରେ କିଛି ସମୟ ପକାଇ ବାହାର କରି ନିଅନ୍ତୁ ।ଏବେ ସେଓରେ ଅଳ୍ପ ସୋରିଷ ତେଲ ଲଗାଇ ପୋଛି ଦିଅନ୍ତୁ । ଏପରି କରିବା ଦ୍ୱାରା ସେଓ ଅଧିକ ଦିନ ସତେଜ ରହିଥାଏ । . ଟମାଟୋକୁ ଫ୍ରିଜରେ ଅଧିକ ଥଣ୍ଡା ରହୁଥିବା ସ୍ଥାନରେ ରଖନ୍ତୁ । ତାହା ସତେଜ ଓ ଟାଣ ରହିବ । . ମୂଳା, ଗାଜର ଓ ବିଟକୁ ଉପର ବା ତଳ ଭାଗ କାଟି କରି ରଖନ୍ତୁ । ଅଧିକ ଦିନ ରହିବ ।