ଆଲୋକ ପ୍ରଦାନ କରୁଥିବା ସାର୍କ

ଆଲୋକ ପ୍ରଦାନ କରୁଥିବା ସାର୍କ

ଆଲୋକ ପ୍ରଦାନ କରୁଥିବା ସାର୍କ
ନିକଟରେ ଗଭୀର ସମୁଦ୍ରରେ ଆଲୋକ ପ୍ରଦାନ କରୁଥିବା ଏକ ଭିନ୍ନ ପ୍ରଜାତିର ସାର୍କ ମାଛ ଠାବ କରାଯାଇଛି । ଏହା ନାମ ରଖାଯାଇଛି ‘ଲ୍ୟାନ୍‍ଟର୍ଣ୍ଣ୍‍ ସାର୍କ’ । ମଧ୍ୟ ଆମେରିକାର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଅଞ୍ଚଳରେ ଏହାକୁ ଠାବ କରାଯାଇଛି । ଏହାକୁ ମଧ୍ୟ ନିଞ୍ଜା ଲ୍ୟାନ୍‍ଟର୍ଣ୍ଣ୍‍ ସାର୍କ କୁହାଯାଏ । ଏହାକୁ ମିଶାଇ ଅଦ୍ୟାବଧି ସର୍ବମୋଟ ୪୦ ପ୍ରଜାତିର ସାର୍କ ମାଛ ଠାବ କରାଯାଇପାରିଛି । ତେବେ ଏହି ମାଛର ରଙ୍ଗ ହେଉଛି ଖଇରିଆ । ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ପାସିଫିକ୍‍ ସାର୍କ ରିସର୍ଚ୍ଚ ସେଣ୍ଟର୍‍ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ସମସ୍ତ ସାର୍କ ଦେଖିବାକୁ ଏକାଭଳି ହୋଇଥିଲେ ମଧ୍ୟ ସେମାନଙ୍କ ରଙ୍ଗ, ଗଠନ, ଆକାରକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରଜାତିରେ ବିଭକ୍ତ କରାଯାଇଥାଏ ।