ବିଜ୍ଞାପନରେ ବିଶ୍ୱ ରେକର୍ଡ

ବିଜ୍ଞାପନରେ ବିଶ୍ୱ ରେକର୍ଡ

ବିଜ୍ଞାପନରେ ବିଶ୍ୱ ରେକର୍ଡ
ବିଶ୍ୱର ସବୁଠାରୁ ଛୋଟ ବିଜ୍ଞାପନ ତିଆରି କରି ଏଏସଏମଏଲ ନାମକ ଏକ ଚିପ୍ ମେସିନ କମ୍ଫାନୀ ସୃଷ୍ଟି କରିଛି ନୂତନ ବିଶ୍ୱ ରେକର୍ଡ । ଏହି କମ୍ଫାନୀଟି ନେଦରଲ୍ୟାଣ୍ଡରେ ଅବସ୍ଥିତ । ବିଶ୍ୱର ସବୁଠାରୁ ଛୋଟ ବିଜ୍ଞାପନ ଭାବେ ଏହା ନିଜ ସ୍ଥାନ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସଂରକ୍ଷିତ କରିପାରିଛି । ଏହି ବିଜ୍ଞାପନଟିର ଆକାର ଏତେ ଛୋଟ ରହିଛି ଯେ, ଏହାକୁ ଖାଲି ଆଖିରେ ଦେଖିବା ଅସମ୍ଭବ । ୨୨.୩୭ ମାଇକ୍ରୋମିଟର ଦୈର୍ଘ୍ୟ ଏବଂ ୭.୭୬ ମାଇକ୍ରୋମିଟର ପ୍ରସ୍ଥବିଶିଷ୍ଟ ବିଜ୍ଞପନଟି ସମୁଦାୟ ୨୮ ମାଇକ୍ରୋମିଟର ଅଚଂଳରେ ବିସ୍ତୃତ । ଏହି ବିଜ୍ଞାପନଟିର ଆକାର ମନୁଷ୍ୟ ଆକାର ଠାରୁ ମଧ୍ୟ ଛୋଟ । ଟେକ୍ନିକାଲ୍ ଛାତ୍ରଛତ୍ରୀମାନଙ୍କୁ ଦୃଷ୍ଟିରେ ରଖି କମ୍ଫାନୀ ଦ୍ୱାରା ତିଆରି କାରଯାଇଥିବା ଏହା ଏକ ନିଯୁକ୍ତିଭିତିକ ବିଜ୍ଞାପନ ।