ଏମିତି ପ୍ରସ୍ତୁତ କରନ୍ତୁ ମାଛ ବିରିୟାନୀ

ଏମିତି ପ୍ରସ୍ତୁତ କରନ୍ତୁ ମାଛ ବିରିୟାନୀ

ଏମିତି ପ୍ରସ୍ତୁତ କରନ୍ତୁ ମାଛ ବିରିୟାନୀ
ଆବଶ୍ୟକ ସାମଗ୍ରୀ- ବିରିୟାନୀ ଚାଉଳ, ମାଛ, ଚାଉଳ ଚୂନା, ତେଲ, ଜିରା, ତେଜପତ୍ର, ଡାଲଚିନି, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ଟମାଟୋ, ପିଆଜ, ଅଦା, ରସୁଣ, ପିଆଜ ପେଷ୍ଟ, ଲୁଣ, ଜିରା ପାଉଡର, ଧନିଆ ପାଉଡର, ଧନିଆ ପାଉଡର । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗ୍ୟାସ୍‌ରେ କଡେଇ ବସେଇ ପାଣି ପକାଇବେ । ପାଣି ଫୁଟି ଆସିଲେ ସେଥିରେ ସେଥିରେ ଅଳ୍ପ ଲୁଣ, ହଳଦୀ ଗୋଳା ହୋଇଥିବା ମାଛ ପକାଇବେ । ୪ ରୁ ୫ ମିନିଟ ପରେ ମାଛକୁ ଏଥିରୁ କାଢି ଏକ ପାତ୍ରରେ ରଖିବେ । ତାପରେ ମାଛ ଥଣ୍ଡା ହେବାପରେ କଣ୍ଟା ବାହାର କରିବେ । ଏହାପରେ ସେଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଗୋଳାଇବେ । ଏହାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଚୂନା ଗୋଳା ହୋଇଥିବା ମାଛରେ ଛୋଟଛୋଟ ବଲ ପ୍ରସ୍ତୁତ କରି ଛାଣିବେ । ଏହାପରେ ଆଉ ଏକ ପ୍ୟାନ୍‌ରେ ତେଲ ପକାଇବେ । ତେଲ ଗରମ ହେବାପରେ ଜିରା, ତେଜପତ୍ର, ଡାଲଚିନି, ଗୁଜୁରାତି, ଲବଙ୍ଗ, ଗୋଲମରିଚ ପକାଇ ଫ୍ରାଏ କରିବେ । ଏହାପରେ କଟା ଟମାଟୋ, କଟା ପିଆଜ, ପକାଇ ଫ୍ରାଏ କରିବେ । ତାପରେ ସେଥିରେ କଟା ଅଦା, ରସୁଣ, ପିଆଜ ପେଷ୍ଟ ପକାଇ କଷନ୍ତୁ । ମସଲା କଷି ହେବାପରେ ସେଥିରେ ପାଣିରେ ବତୁରା ହୋଇଥିବା ଚାଉଳ ପକାଇ ସେଥିରେ ଲୁଣ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ପକାଇ ସେଥିରେ ପୋଦିନା ପତ୍ର ପକାଇ ଚାଉଳକୁ ସିଝିବାକୁ ଛାଡିବେ । ପାଣି ଶୁଖି ଆସିଲେ ,ସେଥିରେ ଜିରା ପାଉଡର, ଧନିଆ ପାଉଡର, ଧନିଆ ପାଉଡର ଏବଂ ଫ୍ରାଏ କରି ରଖିଥିବା ମାଛ ବଲ ପକାଇ ମିକ୍ସ କରିବେ । ଏହାକୁ କିଛି ସମୟ ଗ୍ୟାସ୍‌ରେ ବସେଇବା ପରେ ଗ୍ୟାସ୍ ବନ୍ଦ କରି ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ମାଛ ବିରିୟାନୀ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।