ରାଜ୍ୟ ସରକାରଙ୍କ ମାର୍ଚ୍ଚ ଗାଇଡଲାଇନ
ରାଜ୍ୟ ସରକାରଙ୍କ ମାର୍ଚ୍ଚ ଗାଇଡଲାଇନ
admin
Feb 28, 2021 - 01:37
Updated: Feb 28, 2021 - 01:37
ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି । ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । କରୋନା ପାଇଁ ରାଜ୍ୟ ସରକାରଙ୍କ ମାର୍ଚ୍ଚ ଗାଇଡଲାଇନ ଆଜି ଜାରି କରିଛନ୍ତି । ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କଂଟନମେଂଟ କରିପାରିବେ । ଜନସଚେନତା ପାଇଁ ବ୍ୟାପକ ବ୍ୟାପକ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦିଆଯାଇଛି । ଯାତ୍ରା , ଅପେରା ପାଇଁ କଟକଣା କୋହଳ କଲେ ରାଜ୍ୟ ସରକାର । ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ଅନୁମତି ଦେଇଛନ୍ତି । ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ । କରୋନା ର ସମସ୍ତ ଗାଇଡଲାଇନ ମାନି ପରିବେଷଣ କରାଯାଇପାରିବ । ଯେପରି ସାମାଜିକ ଦୂରତ୍ୱ, ମାସ୍କ ପରିଧାନ , ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ ରହିବା ନିହାତି ଦରକାର ଅଟେ । ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବ; ରୋଗକ୍ରାନ୍ତଙ୍କୁ ଅନୁମତି ମନା କରାଯାଇଛି । ଅନଲାଇନରେ ଟିକଟ କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି । ଯାତ୍ରାରେ କଟକଣା ଉଲ୍ଲଂଘନ ହେଲେ ଆୟୋଜକ ଦାୟୀ ରହିବେ ।
ସେହିପରି ବାହାଘର ଓ ଶୁଦ୍ଧି କାର୍ଯ୍ୟରେ ୫ଶହ ଲୋକଙ୍କୁ ଅନୁମତି ଦିଆଯାଇଛି । ସବୁ ପ୍ରବେଶ ପଥରେ ମାସ୍କ ପରିଧାନ କଡାକଡି ଭାବେ ଯାଂଚ କରାଯିବ ।