ଜ୍ୟାକଲିନଙ୍କୁ ଇଡିର ଜେରା
ଜ୍ୟାକଲିନଙ୍କୁ ଇଡିର ଜେରା
ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିଛି । ୩୬ ବର୍ଷୀୟା ଫର୍ଣ୍ଣାଣ୍ଡିଜ ଅପରାହ୍ନ ୩ଟା ୩୦ ରେ କେନ୍ଦ୍ରୀୟ ସଂସ୍ଥା ଇଡି କାର୍ୟ୍ୟାଳୟରେ ହାଜର ହୋଇଥିଲେ । ପୂର୍ବରୁ ଅଗଷ୍ଟ ମାସରେ ଇଡି ଏହି ମାମଲାରେ ଜ୍ୟାକଲିନଙ୍କୁ ଜେରା କରିଥିଲା । ଏହା ପରେ ଅଧିକ ପଚରା ଉଚୁରା ପାଇଁ ଇଡି ୩ ଥର ସମନ ଜାରି କରିଥିବା ବେଳେ ଜ୍ୟାକଲିନ ଜେରାକୁ ଏଡାଇ ଯାଉଥିଲେ । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଲୀନା ମାରିଆ ପଲଙ୍କ ସହ ଜ୍ୟାକଲିନଙ୍କୁ ଏକାଠି ଜେରା କରି ବୟାନ ରେକର୍ଡ କରିବାକୁ ଇଡି ଚାହୁଁଛି ।




admin 