ଆଦିତ୍ୟ ମୃତୁ୍ୟ ମାମଲା, ମାସ ଶେଷ ସୁଦ୍ଧା ଦାଖଲ ହେବ ଷ୍ଟାଟସ୍ ରିପୋର୍ଟ

ଆଦିତ୍ୟ ମୃତୁ୍ୟ ମାମଲା, ମାସ ଶେଷ ସୁଦ୍ଧା ଦାଖଲ ହେବ ଷ୍ଟାଟସ୍ ରିପୋର୍ଟ

ଆଦିତ୍ୟ ମୃତୁ୍ୟ ମାମଲା, ମାସ ଶେଷ ସୁଦ୍ଧା ଦାଖଲ ହେବ ଷ୍ଟାଟସ୍ ରିପୋର୍ଟ
ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତୁ୍ୟ ମାମଲାରେ ଚଳିତ ମାସ ଶେଷ ସୁଦ୍ଧା ହାଇକୋର୍ଟରେ ଦାଖଲ ହେବ ଷ୍ଟାଟର୍ସ ରିପୋର୍ଟ । ହାଇକୋର୍ଟଙ୍କ ଆଦେଶ ମୁତାବକ, କ୍ରାଇମବ୍ରାଞ୍ଚ ଏହି ରିପୋର୍ଟ ଦାଖଲ କରିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ବିଦ୍ୟାଶ୍ରୀ କରିଥିବା ଆବେଦନକୁ ଗ୍ରହଣ କରି ହାଇକୋର୍ଟ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ଆଦେଶ ଦେଇଥିଲେ । ଅନ୍ୟପଟେ ଏହି ମାମଲାରେ ସୋସିଆଲ ମିଡିଆରେ ମୁହଁ ନ ଖୋଲିବାକୁ ହାଇକୋର୍ଟ ଶୁଭାଶୀଷ ଷଡଙ୍ଗୀଙ୍କୁ ନୋଟିସ କରିବା ପରେ ସେ ନିରବ ରହିଛନ୍ତି । କିନ୍ତୁ ତାଙ୍କ ଫେସବୁକ ପେଜରେ ଏବେ ବିଦ୍ୟାଶ୍ରୀଙ୍କ ବିରୋଧୀ ପୋଷ୍ଟ ବଢ଼ିବାରେ ଲାଗିଛି । ତାଙ୍କ ପରେ ଏବେ ବିସ୍ମିଥ ଦାସ ‘ଜଷ୍ଟିସ ଫର ବିଦ୍ୟାଶ୍ରୀ’ ନାମରେ ଏକ ଫେସବୁକ ଗ୍ରୁପ ଖୋଲିଛନ୍ତି । ସେଥିରେ ସେ ପ୍ରତ୍ୟେକ ଦିନ ଭିଡିଓ ଅପଲୋଡ କରୁଛନ୍ତି । ଏକ ଭିଡିଓରେ ସେ ସିଧାସଳଖ ପପୁ ଓ ବିକାଶକୁ ଟାର୍ଗେଟ କରିଛନ୍ତି । ପପୁ ଓ ବିକାଶଙ୍କ ନାମରେ ଅଲଗା ଅଭିଯୋଗ ଅଛି, ଯାହା ମୁଁ ପରେ ସାମ୍ନାକୁ ଆଣିବି ବୋଲି କହିଛନ୍ତି । ବିସ୍ମିଥ ପ୍ରତ୍ୟେକ ଭିଡିଓରେ ପପୁ ଓ ବିକାଶକୁ ଟାର୍ଗେଟ କରୁଥିବା ବେଳେ ଶିବାୟ ସାହୁ ନାମକ ଜଣେ ଯୁବକ ନିଜ ଫେସବୁକ ପେଜରେ ବିଦ୍ୟାଶ୍ରୀଙ୍କୁ ଟାର୍ଗେଟ କରି ଭିଡିଓ ଅପଲୋଡ କରୁଛନ୍ତି । ବିଦ୍ୟାଶ୍ରୀ ଓ ଅନ୍ୟ ଜଣେ ଯୁବକଙ୍କର ଟିକଟକ ଭିଡିଓ ସେ ଅପଲୋଡ କରୁଛନ୍ତି । ଯାହାକୁ ସେୟାର କରିଛନ୍ତି ଶୁଭାଶିଷ । ଏଥିରେ ବିଦ୍ୟାଶ୍ରୀଙ୍କୁ ଅନେକ ଅଶ୍ଳୀଳ କମେଣ୍ଟ କରାଯାଇଛି । ଯଦି ଶୁଭାଶିଷଙ୍କୁ ଏହି ମାମଲାରେ ମତ ନ ରଖିବା ପାଇଁ ବାରଣ କରାଯାଇଛି, ତେବେ ଏମାନଙ୍କୁ କାହିଁକି ନୁହେଁ ବୋଲି ମଧ୍ୟ ଅନେକ ମତ ରଖିଛନ୍ତି ।