ଭାରତୀୟ ସେନାଙ୍କୁ ଡରି କାନ୍ଦିଲେ ଚୀନ ଯବାନ
ଭାରତୀୟ ସେନାଙ୍କୁ ଡରି କାନ୍ଦିଲେ ଚୀନ ଯବାନ
admin
Sep 23, 2020 - 08:59
Updated: Sep 23, 2020 - 08:59
ତାଇପେଇ(ତାଇୱାନ): ଭାରତର ପୂର୍ବ ଲଦାଖ ସୀମାକୁ ଆସୁଥିବା ଚୀନ ସୈନିକ ମାନେ କାନ୍ଦୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ‘ଆମକୁ ମରଣ ମୁହଁକୁ ପଠାଅ ନାହିଁ । ଆମେ ଏବେ ଯୁବକ’ ଏହି ପରି ଚୀନ ଭାଷାରେ କହି ସେମାନେ କାନ୍ଦୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଚୀନର ଶତ୍ରୁ ତାଇୱାନର ଗଣମାଧ୍ୟମ ଗୁଡ଼ିକରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଲଦାଖରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଆଗକୁ ଶୀତ ଦିନ ଆସୁଛି । ପୂର୍ବାପେକ୍ଷା ଯଥେଷ୍ଟ ତୁଷାରପାତ ହୋଇପାରେ । ଏଭଳି ପରିସ୍ଥିତିରେ ମଧ୍ୟ ଭାରତୀୟ ଯବାନ ସୀମାରୁ ହଟିବେ ନାହିଁ । ସେମାନଙ୍କ ପାଇଁ ଅତ୍ୟାଧୁନିକ ପୋଷାକ ଓ ସରଞ୍ଜାମ ଭାରତୀୟ ସେନା ପଠାଇଛି । ଚୀନ ମଧ୍ୟ ନିଜ ସୈନ୍ୟଙ୍କୁ ଶୀତଦିନେ ଲଦାଖ ସୀମାରେ ନିୟୋଜିତ କରିବ ବୋଲି କହିଛି । ‘ତାଇୱାନ ନୁ୍ୟଜ’ ଓ ‘ଲିବର୍ଟି ଟାଇମସ’ ନାମ ତାଇୱାନର ଦୁଇ ଗଣମାଧ୍ୟମ ଅନୁଯାୟୀ ଏକ ବସରେ ପ୍ରାୟ ୬୦ ଜଣ ଚୀନ ସେଅନ୍ୟ ଫୁୟାଙ୍ଗ ରେଳ ଷ୍ଟେସନ ଆସୁଥିଲେ । ଏହି ଷ୍ଟେସନର ସେମାନେ ଭାରତର ଲଦାଖ ସୀମା ନିକଟକୁ ଆସୁଥିଲେ । ତେବେ ବସରେ ଥିବା ବେଳେ ଚୀନ ସୈନ୍ୟମାନେ ଭାରତୀୟ ସୀମାରେ ସେମାନଙ୍କ ପୋଷ୍ଟିଂକୁ ନେଇ କାନ୍ଦୁଥିବା ଏକ ଭିଡିଓ ଦେଖିବାକୁ ମିଳିଛି । କରୁଣ ସ୍ୱରରେ କାନ୍ଦିବା ସହ ସୀମାକୁ ନ ଯିବା ପାଇଁ ଚୀନ ସରକାରଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଏମାନେ ସମସ୍ତେ କଲେଜ ଛାତ୍ର ବୋଲି କୁହାଯାଉଛି । ଚୀନ ସରକାର ଏମାନଙ୍କୁ ବଳ ପ୍ରୟୋଗ ଭାରତୀୟ ସୈନ୍ୟଙ୍କ ସହ ଲଢ଼ିବା ପାଇଁ ପଠାଇଛନ୍ତି । ଗତ ଜୁନ ମାସରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାୟ ୪୦ ରୁ ଊଦ୍ଧ୍ୱର୍ ଚୀନ ସୈନ୍ୟଙ୍କ ବେକ ମୋଡ଼ି ମାରି ଦେଇଥିଲେ । ଏହି ଭୟ ସେଠାକାର ସୈନ୍ୟ ଓ ଯୁବପିଢ଼ିଙ୍କୁ ଘାରିଛି । ଏଥିପାଇଁ ସେମାନେ ଭାରତୀୟ ସୈନିକଙ୍କ ସମ୍ମୁଖକୁ ଯିବାକୁ ଚାହୁଁନାହାନ୍ତି ।