ସେମାନେ ମୋତେ ମାରିଦେବେ...

ସେମାନେ ମୋତେ ମାରିଦେବେ...

ସେମାନେ ମୋତେ ମାରିଦେବେ...
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ହେବାର ତିନି ମାସ ରୁ ଅଧିକ ସମୟ ଅତିବାହିତ ହୋଇଚି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏହା ଏକ ହତ୍ୟା କି ଆତ୍ମହତ୍ୟା ସିବିଆଇ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ । ମାତ୍ର ସୁଶାନ୍ତଙ୍କ ମୃତୁ୍ୟ ପରଠାରୁ ବଲିଉଡର ଗୋଟିଏ ପରେ ଗୋଟିଏ ରହସ୍ୟ ଏବେ ଖୋଲିବାରେ ଲାଗିଛି । ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି, ରିୟା ସୁଶାନ୍ତଙ୍କ ଘରୁ ଚାଲିଯିବା ପରେ ସୁଶାନ୍ତ ତାଙ୍କ ଭଉଣୀ ମିତୁ ସିଂହକୁ ଏସଓଏସ କଲ କରିଥିଲେ ଏବଂ କହିଥିଲେ ସେମାନେ ମୋତେ ମାରିଦେବେ । ସୁଶାନ୍ତ ସିଂହ ରାଜପୁତ ତାଙ୍କ ବଡ଼ ଭଉଣୀ ମିତୁ ସିଂଙ୍କୁ ମୃତୁ୍ୟର ୫ ଦିନ ପୂର୍ବରୁ ଏକ ଏସଓଏସ କଲ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ, ମୋତେ ଭୟ ଲାଗୁଛି । ସେହି ଲୋକମାନେ ମୋତେ ହତ୍ୟା କରିବେ । ଯାହା ସୁଶାନ୍ତଙ୍କ ମୃତୁ୍ୟ ଏକ ଆତ୍ମହତ୍ୟା ନୁହେଁ । ମାତ୍ର ଏକ ଯୋଜନାବଦ୍ଧ ହତ୍ୟା ଆଡ଼କୁ ଇଙ୍ଗିତ କରୁଛି ବୋଲି ମିତୁ କହିଛନ୍ତି । ମୃତୁ୍ୟ ପୂର୍ବରୁ ସୁଶାନ୍ତଙ୍କ ପରିବାର ତାଙ୍କ ପୁଅର ସୁରକ୍ଷା ଲାଗି ପୁଲିସକୁ ଅନୁରୋଧ କରିଥିଲେ ମଧ୍ୟ ମହାରାଷ୍ଟ୍ର ପୁଲିସ ଏଭଳି ଅଭିାଯୋଗକୁ ଏକ ପ୍ରକାର ଅଣଦେଖା କରିଥିବା ଅଭିଯୋଗ ଉଠିଛି ।