ରାଫେଲ ଦୁର୍ନୀତି ନେଇ ମୋଦିଙ୍କୁ ଟାଗେର୍ଟ କଲେ: ରାହୁଲ

ରାଫେଲ ଦୁର୍ନୀତି ନେଇ ମୋଦିଙ୍କୁ ଟାଗେର୍ଟ କଲେ: ରାହୁଲ

ରାଫେଲ ଦୁର୍ନୀତି ନେଇ ମୋଦିଙ୍କୁ ଟାଗେର୍ଟ କଲେ: ରାହୁଲ
ନୂଆଦିଲ୍ଲୀ: ରାଫେଲ ଦୁର୍ନୀତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏବେ ଏକ ନୂଆ ବାକ୍ୟର ସୃଷ୍ଟି ହେଲା । ତାହା ହେଲା ‘ଫାଇଲ ହଜିଗଲା’ । ଫାଇଲ ହଜିଗଲା ଅର୍ଥ ରାଫେଲର ପ୍ରକୃତ ଦାମ ହଜିଗଲା । ରାଫେଲ ଦୁର୍ନୀତିରୁ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି । ୩୦ ହଜାର କୋଟିର ଦୁର୍ନୀତି କରିଥିବା ବ୍ୟକ୍ତିଙ୍କୁ ଯାଞ୍ଚ ହେଉନି । ମୋଦି ନିର୍ମଳ ତ ଯାଞ୍ଚକୁ ଡରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିବା ସହ ମୋଦି ଯାଞ୍ଚର ସମ୍ମୁଖୀନ ହୁଅନ୍ତୁ ବୋଲି ରାହୁଲ ଦାବି କରିଛନ୍ତି । ପ୍ରକାଶ ଯେ, ଗତକାଲି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ସୁପ୍ରିମକୋର୍ଟରେ କହିଥିଲେ ଯେ, ରାଫେଲର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଚୋରି ହୋଇଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ବର୍ତ୍ତମାନର କିମ୍ବା ପୂର୍ବତନ କର୍ମଚାରୀମାନେ ଚୋରାଇ ନେଇଛନ୍ତି । ଏହା ଏକ ଗୁପ୍ତ ତଥ୍ୟ । ତେଣୁ ସର୍ବସାଧାରଣରେ ଏହାକୁ ପ୍ରଘଟ କରିବା ଉଚିତ ନୁହେଁ । ରାଫେଲ ସଂକ୍ରାନ୍ତୀୟ ଚୋରି ତଥ୍ୟକୁ ପିଟିସନର ବ୍ୟବହାର କରିବା ଅଫିସିଆଲ୍ସ ସିକ୍ରେଟ୍ସ ଆକ୍ଟର ଉଲ୍ଲଂଘନ କରୁଛି । ତେଣୁ ପିଟିସନରେ ଏହାକୁ ସଂଯୋଜିତ କରିବା ଉଚିତ ନୁହେଁ ବୋଲି ଆଟର୍ଣ୍ଣି ଜେନେରାଲ ଯୁକ୍ତି ବାଢିଥିଲେ । ଅପରପକ୍ଷରେ ଏନେଇ କେନ୍ଦ୍ର ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜ ଗୋଗୋଇ ପ୍ରଶ୍ନ କରିଥିଲେ । ତେବେ ଏହି ତଥ୍ୟ କିଭଳି ଚୋରି ହେଲା ସରକାର ତାହାର ତଦନ୍ତ କରୁଛନ୍ତି ବୋଲି ବେଣୁଗୋପାଳ ସୁପ୍ରିମକୋର୍ଟଙ୍କୁ କହିଥିଲେ ।