ଆଜି ସନ୍ଧ୍ୟାରେ ନବୀନ-ଜଗନ ସାକ୍ଷାତ
ଆଜି ସନ୍ଧ୍ୟାରେ ନବୀନ-ଜଗନ ସାକ୍ଷାତ
ଭୁବନେଶ୍ୱର: ଗୋଟିଏ ପଟେ କୋଟିଆ ବିବାଦ ଜୋର ଧରିଥିବାବେଳେ ଆଜି ସନ୍ଧ୍ୟାରେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜଗନ ଅପରାହ୍ନ ୪ଟା୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଅପରାହ୍ନ ୫ଟାରୁ ୭ଟା ଯାଏ ଚାଲିବ ବୋଲି ସୂଚନା ମିଳିଛି ।
ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା ଅନେକ ଗୁରୁତ୍ୱପୂର୍ଣ୍ଣ। ଏହି ବୈଠକରେ ନିର୍ଦ୍ଧିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ । ଆଲୋଚନା ବେଳେ ସୀମା ବିବାଦ ସହ ପୋଲାଭରମ ଓ ନେରେଟି ଜଳ ବିବାଦ ପ୍ରସଙ୍ଗ ଉଠିପାରେ ।
ବୈଠକରେ ସୀମା, ଭାଷା, ଜଳ ବିବାଦକୁ ନେଇ ସମାଧାନର ବାଟ ବାହାରିପାରେ ବୋଲି ଆଶା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।




admin 