କୂଅରେ ପଡ଼ି ଦୁଇ ଭାଇ ମୃତ

କୂଅରେ ପଡ଼ି ଦୁଇ ଭାଇ ମୃତ

କୂଅରେ ପଡ଼ି ଦୁଇ ଭାଇ ମୃତ

ସମ୍ବଲପୁର, ୯।୧୧ (ଇମିସ): କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।  ଦୁଇ ଭାଇ ହେଲେ ସୁନୀଲ ତ୍ରିପାଠୀ (୩୦) ଓ  ସୁଶୀଲ ତ୍ରିପାଠୀ (୨୫)। ଟାଉନ୍ ଥାନା ଅଧୀନ ସାହୁ କଲୋନିର ଯୁଗଳ ତ୍ରିପାଠୀଙ୍କ ପୁଅ ହେଉଛନ୍ତି ସୁନୀଲ ଓ ସୁଶୀଲ। ଦୁହେଁ ସୋମବାର ବିଳମ୍ବିତ ରାତିରେ ସାହୁ କଲୋନିର ଏକ କୂଅରେ ପଡ଼ି ଯାଇଥିଲେ। ଟାଉନ୍ ପୁଲିସ ଖବର ପାଇବା ପରେ ଅଗ୍ନିଶମ ବାହିନୀକୁ ଏ ନେଇ ସୂଚନା ଦେଇଥିଲା। ଅଗ୍ନିଶମ ବାହିନୀ ରାତି ୧ ଟା ସମୟରେ ଉଭୟଙ୍କୁ କୂଅ ଭିତରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷାଣ କରିଥିଲେ। ତେବେ ଉଭୟେ ବିଲମ୍ବିତ ରାତ୍ରିରେ ଏକାଠି କୂଅରେ କେମିତି ପଡିଲେ ତାହା ଜଣାପଡି ନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି। କୂଅରେ ପଡ଼ଯିବା ସମୟରେ ଭିଜୁଆଲ୍‌ ସିସିଟିଭିରେ ମହଜୁଦ ରହିଛି। ତେକେ ସେମାନେ ବିଳମ୍ବିତ ରାତିରେ କୂଆ ଉପରେ ବସିଥିଲେ କାହିଁକି, ସେ ବାବଦରେ ତଦନ୍ତ ଜାରି ରହିଛି।