ବିଦ୍ୟୁତ୍‌ ଆଘାତରେ ହାତୀ ମୃତ

ବିଦ୍ୟୁତ୍‌ ଆଘାତରେ ହାତୀ ମୃତ

ବିଦ୍ୟୁତ୍‌ ଆଘାତରେ ହାତୀ ମୃତ

ସମ୍ବଲପୁର, ୯/୧୧(ଇମିସ): ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଯୁଯୁମୁରା ସେକ୍ସନ ଜରାଙ୍ଗ ଜଙ୍ଗଲରେ ବିଦ୍ୟୁତ୍‌ ତାର ଲାଗି ଏକ ମାଈ ହାତୀର ମୃତ୍ୟୁ ହୋଇଯାଇଛି। ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା କହାଯାଉଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ସକାଳେ ବନ ବିଭାଗ ଅଧିକାରୀ ପହଞ୍ଚି ହାତୀ ମୃତଦେହର ବ୍ୟବଚ୍ଛେଦ କରିଛନ୍ତି। ସ୍ଥାନୀୟ ସଂରକ୍ଷିତ ଜଙ୍ଗଲରେ କିଛିଦିନ ହେଲା ବନ୍ୟପ୍ରାଣୀ ଶିକାର ସକ୍ରିୟ ହୋଇ ପଡ଼ିଛନ୍ତି।