ଆଜି କଟକରେ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌ ମ୍ୟାଚ୍

ଆଜି କଟକରେ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌ ମ୍ୟାଚ୍

ଆଜି କଟକରେ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌ ମ୍ୟାଚ୍

କଟକ: ସୋମବାରଠୁ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ (ଏଲଏଲସି) ମ୍ୟାଚ୍‌ ଖେଳାଯିବ । ଭିଲୱାରା କିଙ୍ଗ୍‌ସ ଓ ମଣିପାଲ୍‌ ଟାଇଟର୍ସ ପରସ୍ପରକୁ ଭେଟିବେ । ବାରବାଟୀରେ ଏଲଏଲସିର ମୋଟ୍‌ ୩ଟି ମ୍ୟାଚ୍‌ ଆୟୋଜନ ପାଇଁ କ୍ରୀଡ଼ାସୂଚୀ ନିର୍ଦ୍ଧାରଣ ହୋଇଛି । ମ୍ୟାଚ୍‌ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦୁଇ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସୋମବାର ଅପରାହ୍ଣରେ ଦୁଇ ଦଳ ବାରବାଟୀ ଷ୍ଟାଡିୟମରେ ପହଞ୍ଚିବେ । ସନ୍ଧ୍ୟା ୭.୩୦ରେ ମ୍ୟାଚ୍‌ ଖେଳାଯିବ । ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରୀରେ ପ୍ରାୟ ୧୦ହଜାର ଦର୍ଶକ ଉପସ୍ଥିତ ରହିବେ ବୋଲି ଆଶା ରହିଥିବା ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

ପଠାନ୍‌ ବ୍ରଦର୍ସ ଇର୍ଫାନ ଓ ୟୁସୁଫ ରହିଛନ୍ତି ଭିଲୱାରା କିଙ୍ଗସ ଦଳରେ । ଏହାଛଡ଼ା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ୍‌ ୱାଟସନ୍‌, ଆର‌୍ୟଲାଣ୍ଡ ଦଳର ପୂର୍ବତନ ଅଧିନାୟକ ୱିଲିୟମ ପୋର୍ଟରଫିଲ୍ଡ, ୱେଷ୍ଟଇଣ୍ଡିଜ ପେସ୍‌ ବୋଲର ଟିନୋ ବେଷ୍ଟ, ଇଂଲଣ୍ଡ ଦଳର ଏକାଧିକ ପୂର୍ବତନ ଖେଳାଳି ଟିମ୍‌ ବ୍ରେସନାନ, ସମିତ ପଟେଲ, ମଣ୍ଟି ପାନେସର, ମ୍ୟାଟ୍‌ ପ୍ରାୟର, ଓୱେସ୍‌ ସାହା ପ୍ରମୁଖ ସାମିଲ୍‌ ରହିଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ନମନ ଓଝା ଓ ପେସ୍‌ ବୋଲର ଏସ୍‌ ଶ୍ରୀସନ୍ଥ ମଧ୍ୟ ଏହି ଦଳରେ ଅଛନ୍ତି । ସଡ଼କ ସୁରକ୍ଷା ବିଶ୍ୱ ସିରିଜ କ୍ରିକେଟରେ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରୁଥିବା ୟୁସୁଫ ଏଲଏଲସିରେ ଏ ପର୍ୟ୍ୟନ୍ତ ସେହିଭଳି କୌଣସି ଇନିଂସ୍‌ ଖେଳି ନାହାନ୍ତି । ବାରବାଟୀରେ ତାଙ୍କ ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ଅପରପକ୍ଷରେ ମଣିପାଲ ଟାଇଗର୍ସ ଦଳର ଅଧିନାୟକ ହେଉଛନ୍ତି ହରଭଜନ ସିଂହ । ଏହି ଦଳରେ କୋରେ ଆଣ୍ଡରସନ, ଇମ୍ରାନ ତାହିର, ଲାନ୍ସ କ୍ଲୁଜନର, ବ୍ରେଟ ଲି, ଡାରେନ୍‌ ସାମି, ଡିମିତ୍ରି ମାସ୍କେରାନ୍ସ, ରିଆନ ସାଇଡବଟମ୍‌ଙ୍କ ଭଳି ବିଦେଶୀ ଖେଳାଳି ରହିଛନ୍ତି । ମହମ୍ମଦ କୈଫ, ସ୍ୱପ୍ନିଲ, ପରବିନ୍ଦର ଆୱାନା ପ୍ରମୁଖ ସାମିଲ୍‌ ରହିଛନ୍ତି ।