ଆଜି ବି ଗ୍ରୀଷ୍ମ ପ୍ରଭାବ ଜାରି

ଆଜି ବି ଗ୍ରୀଷ୍ମ ପ୍ରଭାବ ଜାରି

ଆଜି ବି ଗ୍ରୀଷ୍ମ ପ୍ରଭାବ ଜାରି
ଭୁବନେଶ୍ୱର : ଓଡିଶାରେ ଗ୍ରୀଷ୍ମ ଲହରି ଜାରି ରହିଛି । ଉପକୂଳ ଓଡିଶାରେ ପାରଦ ସାମନ୍ୟ କମିଥିବା ବେଳେ ଆଭ୍ୟନ୍ତରୀଣରେ ଅସହ୍ୟ ତାତି ଛଟପଟ କରୁଛି । ଅନେକ ଜାଗାରେ ୪୦ ଡିଗ୍ରୀ ସେଲସିୟସ ଉପରେ ଥିଲା । ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରୀ ଥିବାବେଳେ ବଲାଙ୍ଗୀର ୪୪ ଡିଗ୍ରୀରେ ତାତିରେ କଲବଲ ହୋଇଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆଜି ମଧ୍ୟ ଜାରି ରହିବ ତାତି ପ୍ରକୋପ । ଆଜି ୧୦ ଟି ଜିଲ୍ଲାରେ ଭୀଷର ଗ୍ରୀଷ୍ମ ପ୍ରବାହ ନାକେଦମ୍ କରିବ । ଜିଲ୍ଲା ଗୁଡିକ ମଧ୍ୟରେ ବଲାଙ୍ଗିର, ସୋନପୁର, ନବରଙ୍ଗପୁର , ନୂଆପଡା, ବରଗଡ, ସମ୍ବଲପୁର , ଦେବଗଡ , ବୌଦ୍ଧ, କଳାହାଣ୍ଡି ଓ ଝାରସୁଗୁଡାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।