ଆଜିଠୁ ସଂସଦର ବଜେଟ ଅଧିବେଶନ

ଆଜିଠୁ ସଂସଦର ବଜେଟ ଅଧିବେଶନ

ଆଜିଠୁ ସଂସଦର ବଜେଟ ଅଧିବେଶନ
ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ସଦନକୁ ସମ୍ବୋଧନ କରିବେ । ଦେଶର ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ । ଆଜି ଉପସ୍ଥାପିତ ହେବ ଅର୍ଥନେତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ କରିବେ । ଚଳିତ ବର୍ଷ ୨ଟି ପର୍ଯ୍ୟାୟରେ ବଜେଟ ଅଧିବେଶନ ଚାଳଇବ । ତିନିଟି କୃଷି ବିଲ୍ ଜୋରଜବରଦସ୍ତ ଏବଂ ବିରୋଧୀଙ୍କ ସହ ଆଲୋଚନା ନକରି ପାରିତ କରାଯାଇଥିବା କାରଣରୁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତି ସୁବ୍ରମଣିଅନ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟକୁ ସଂସଦରେ ଉପସ୍ଥାପନ କରିବେ ।