୨ ଗୋଷ୍ଠୀ ସେବାୟତ ମୁହାଁମୁହିଁ

୨ ଗୋଷ୍ଠୀ ସେବାୟତ ମୁହାଁମୁହିଁ

୨ ଗୋଷ୍ଠୀ ସେବାୟତ ମୁହାଁମୁହିଁ
ଭୁବନେଶ୍ୱର : ଧିରେଧିରେ କରୋନା କଟକଣା କୋହଳ ହେବା ସହ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାରହିଛି । ତେବେ ସେବାୟତଙ୍କ ପୁରୁଣା ଖୋଇ ଯାଇନାହିଁ । ଦୁଇ ଗୋଷ୍ଠୀ ସେବାୟତ ମୁହାଁମୁହିଁ ହେବାରୁ ମହାପ୍ରଭୂଙ୍କ ସୁନାବେଶ ପ୍ରାୟ ୫ ଘଂଟା ବିଳମ୍ବିତ ହୋଇଛି । ଫଳରେ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୌଷ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କର ରନô ସିଂହାସନରେ ସୁନାବେଶ ହୋଇଥାଏ । ସକାଳ ନୀତି ପରେ ଦିନ ୧୧ଟା ୩୦ରେ ସୁନାବେଶ ପାଇଁ ନୀତିକାନ୍ତି ଧାର୍ଯ୍ୟ ହୋଇଥିଲା । ତେବେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ପୁଷ୍ପାଳକ ସେବକ ସିଂହାସନ ନିକଟରେ ଥିବାରୁ ସୁନାବେଶ ସାମଗ୍ରୀ ଦେବା ପାଇଁ ଭଣ୍ଡାର ମେକାପ ରାଜି ହୋଇନଥିଲେ । ଉଭୟ ପକ୍ଷ ନିଜ ଜିଦରେ ଅଟଳ ରହିବାରୁ ବେଶ ଆରମ୍ଭ ହୋଇଥିଲେ ବି ମନ୍ଦିର ୩ ଘଂଟା ବନ୍ଦ ରହିଥିଲା । ସେବକଙ୍କ ସହ ଆଲୋଚନା ପରେ ଅପରାହ୍ନ ୫ଟା ୪୫ରେ ସୁନାବେଶ ଶେଷ ହୋଇଥିଲା । ଅପରପକ୍ଷରେ ଏହାର ତଦନ୍ତ ପାଇଁ ନୀତି ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି । ଗତବର୍ଷ ନାଗାର୍ଜୁନ ବେଶ ବେଳେ ବି ଅନରୂପ ବିବାଦ ସୃଷ୍ଟି ହୋଇଥିଲା । ଉଦେ୍ଧଶ୍ୟମୂଳକ ଭାବେ ନୀତି ବିଳମ୍ବିତ ହେବାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାଣିବାକୁ ମିଳିଛି ।