୭ରୁ ରାଜ୍ୟବ୍ୟାପୀ କଂଗ୍ରେସର ଆନେ୍ଦାଳନ

୭ରୁ ରାଜ୍ୟବ୍ୟାପୀ କଂଗ୍ରେସର ଆନେ୍ଦାଳନ

୭ରୁ ରାଜ୍ୟବ୍ୟାପୀ କଂଗ୍ରେସର ଆନେ୍ଦାଳନ

ଭୁବନେଶ୍ୱର: ଦେଶରେ ବଢୁଥିବା ତେଲ ଦରକୁ ନେଇ କଂଗ୍ରେସର ପ୍ରେସମିଟ୍ । କେନ୍ଦ୍ର ସରକାରଙ୍କୁ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, କେତେ ଶୋଷିଲେ ବିଜେପି ସରକାରର ମନ ସନ୍ତୁଷ୍ଟ ହେବ । ଦର ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ମଧ୍ୟ ଦୟା ନାହିଁ । ମହଙ୍ଗା ମାଡର ଜବାବ ଦେବେ ସାଧାରଣ ଜନତା ବୋଲି ପିସିସି ସଭାପତି କହିଛନ୍ତି ।  ଆସନ୍ତା ୭ ଜୁଲାଇରୁ ୧୭ ଯାଏଁ ରାଜ୍ୟବ୍ୟାପି ଆନେ୍ଦାଳନ  କଂଗ୍ରେସ ଆନେ୍ଦାଳନ କରିବ । ଜୁଲାଇ ୭ରେ ପ୍ରତ୍ୟେକ ବ୍ଲକ ଆଗରେ ପ୍ରତିବାଦ କରିବ । ୯ରେ ଜିଲ୍ଲାସ୍ତରରେ, ୧୪ରେ ଭୁବନେଶ୍ୱରରେ ପେଟ୍ରୋଲ ଦର ବୃଦ୍ଧି ନେଇ ପ୍ରତିବାଦ କରିବ । ୧୫ରେ ଲୋକଙ୍କୁ ତେଲ ନକିଣିବାକୁ ଅନୁରୋଧ କରିବ କଂଗ୍ରେସ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରିବ ଦଳ । କୋଭିଡ ଆକ୍ରାନ୍ତ ଓ ମୃତୁ୍ୟ ତଥ୍ୟ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କଲେ ନିରଂଜନ । ମାସେ ଧରି କୋଭିଡ ଆକ୍ରାନ୍ତ ଓ ମୃତୁ୍ୟର ତଥ୍ୟ ସଂଗ୍ରେସ କରିବ କଂଗ୍ରେସ । ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ କଂଗ୍ରେସ କର୍ମୀ । ଏହାକୁ ଏଆଇସିସି ନିକଟରେ ଦାଖଲ କରାଯିବ ବୋଲି ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।