୫-ଟିକୁ ନେଇ ବିଧାୟକ ସୌମ୍ୟରଂଜନଙ୍କ ତେରଛାବାଣ
୫-ଟିକୁ ନେଇ ବିଧାୟକ ସୌମ୍ୟରଂଜନଙ୍କ ତେରଛାବାଣ
ଭୁବନେଶ୍ୱର: ୫ଟିକୁ ନେଇ ଭିନ୍ନ ଢଙ୍ଗରେ ସମାଲୋଚନା କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଜେଡିରେ ରହି ମଧ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାଉ ନଥିବା ସୌମ୍ୟରଂଜନ ଏଥର ୫-ଟକୁ ଏମିତି ଢଙ୍ଗରେ ସମାଲୋଚନା କରିଛନ୍ତି। କେବଳ ସରକାର ନୁହନ୍ତି ୫-ଟିକୁ ମଧ୍ୟ ତେରଛା ବାଣ ମାରିବାରେ ସୌମ୍ୟ ପଛଘୁଞ୍ଚା ଦେଇନାହାନ୍ତି । ଆଜି ବିଧାନସଭାର ପ୍ରଶ୍ନକାଳରେ ଉଭୟ ୫-ଟି ଓ ସରକାରଙ୍କୁ ଟାର୍ଗେଟ କରି ସୌମ୍ୟ ତେରଛା ବାଣ ମାରିଛନ୍ତି । ବିଭାଗରେ ୫-ଟି ପ୍ରବେଶ ଦ୍ୱାରା ଜାତିଭେଦ ସୃଷ୍ଟି ହେଉଥିବା ସୌମ୍ୟ କହିଛନ୍ତି ।
ସେ କହିଛନ୍ତି ଯେ, ୫-ଟି ପ୍ରବେଶ ଦ୍ୱାରା ବିଭାଗର ପାରମ୍ପରିକ କାର୍ୟ୍ୟଗୁଡ଼ିକର ପ୍ରାଧାନ୍ୟ କମୁଛି । ଏହା ଦ୍ୱାରା ପ୍ରଶାସନର ସ୍ୱଚ୍ଛତା ଓ ଦକ୍ଷତା ନେଇ ଆଗକୁ ପ୍ରଶ୍ନବାଚୀ ସୃଷ୍ଟି ହେବ । ଯେଉଁ ବିଭାଗରେ ୫-ଟି ପଶୁଛି, ସେ ବିଭାଗରେ ଜାତିଭେଦ ସୃଷ୍ଟି ହେଉଛି କି । ସବୁ କଥାରେ ‘ମୋ’ ଶବ୍ଦ ପ୍ରୟୋଗ ପ୍ରବଣତା ଟିକେ ଅଧିକ ହୋଇଯାଉଛି । ଯେଉଁଥିରେ ମୋ ଶବ୍ଦ ଲଗାଉଛୁ, ସେଥିରେ ଆମେ ନିଜକୁ ସମ୍ପୃକ୍ତ କରୁଛୁ । କିନ୍ତୁ ସେହି ଅନୁପାତରେ ସେଥିରେ ବିକାଶ କରୁଛୁ କି ନାହିଁ , ନିର୍ଦ୍ଧିଷ୍ଟ ଉତ୍ତର ନାହିଁ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।




admin 