ଓଡ଼ିଶା ଲାଗି ଖୁସି ଖବର, ବଢ଼ୁଛନ୍ତି ଡଲ୍ଫିନ୍ ସଂଖ୍ୟା
ଓଡ଼ିଶା ଲାଗି ଖୁସି ଖବର, ବଢ଼ୁଛନ୍ତି ଡଲ୍ଫିନ୍ ସଂଖ୍ୟା
ରାଜନଗର: ଓଡ଼ିଶା ପାଇଁ ଆସିଛି ଖୁସି ଖବର। ବନବିଭାଗ ପକ୍ଷରୁ ଡ଼ିସେମ୍ବର ମାସରେ ଓଡ଼ିଶା ଉପକୂଳରେ ହୋଇଥିବା ଡ଼ଲଫିନ ଗଣନା ରିପୋର୍ଟ ଆଜି ପ୍ରକାଶ ପାଇଛି । ଓଡ଼ିଶାରେ ମୋଟ ୭୨୬ ଡ଼ଲଫିନ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଭିତରକନିକାରେ ୫୪୦, ଚିଲିକାରେ ୧୬୭, ପୁରୀରେ ୧୫ ଓ ଭଦ୍ରକରେ ୪ଟି ଡ଼ଲଫିନ ଚିହ୍ନଟ ହୋଇଛନ୍ତି । ମୋଟ ୬ ପ୍ରଜାତିର ଡ଼ଲଫିନ ଦେଖାଦେଇଛି । ସେଥିମଧ୍ୟରୁ କେବଳ ଭିତରକନିକାରେ କେବଳ ୫ ପ୍ରଜାତିର ଡ଼ଲଫିନ ଦେଖିବାକୁ ମିଳିଛି ।
ରାଜ୍ୟ ବନପ୍ରାଣୀ ମୁଖ୍ୟାଳୟ ରିପୋର୍ଟ ଅନୁଯାୟୀ, ଭିତରକନିକାରେ ଇରାୱାଡ଼ି ଜାତୀୟ ଡ଼ଲଫିନ ୪୫ଟି, ବଟଲନୋଜ୧୩୫, ହମ୍ପବ୍ୟାକ ୩୩୨, ଷ୍ଟ୍ରିପେଡ଼ ୧୩ ଓ ସ୍ପିନର ପ୍ରଜାତିର ୧୫ଟି ଡ଼ଲଫିନ ଚିହ୍ନଟ କରାଯାଇଛି । ସ୍ପିନର, ଷ୍ଟି୍ରପେଡ଼ ଓ ହମ୍ପବ୍ୟାକ ପ୍ରଜାତିର ଡ଼ଲଫିନ କେବଳ ଭିତରକନିକାରେ ହିଁ ଦେଖିବାକୁ ମିଳିଛି । ପୂର୍ବରୁ ଏତେ ସଂଖ୍ୟକ ଡ଼ଲଫିନ ଓଡ଼ିଶାରେ ଦେଖିବାକୁ ମିଳିନଥିଲା ।
ବିଶ୍ୱପ୍ରସିଦ୍ଧ ଭତରକନିକା ବିରଳ ବଉଳାକୁମ୍ଭୀର ଓ ଗହୀରମଥା ବିରଳ ଅଲିଭରିଡ଼ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ ଥିଲା । ଏବେ ଭିତରକନିକା ପରିଚୟରେ ଆଉ ଏକ ନୂଆ ଫର୍ଦ୍ଧ ଯୋଡ଼ି ହେବାକୁ ଯାଉଛି । ଓଡ଼ିଶାରେ ସବୁଠୁ ଅଧିକ ପ୍ରଜାତିର ଡ଼ଲଫିନ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳିଛି । କେବଳ ସବୁଠୁ ଅଧିକ ପ୍ରଜାତିର ନୁହେଁ, ଅଧିକ ସଂଖ୍ୟାରେ ଡ଼ଲଫଇନ ଶାବକଙ୍କୁ ଦେଖିବାକୁ ମିଳିଥିବାରୁ ଗହୀରମଥା ଡ଼ଲଫିନଙ୍କ ଅନ୍ତୁଡ଼ିଶାଳ ପାଲଟିଛି କହିଲେ ଭୁଲ ହେବନାହିଁ । ଗତ ଡ଼ିସେମ୍ବର ୯ରୁ ୧୧ତାରିଖ ପର୍ୟ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନର ନଦୀ ଓ ଗହୀରମଥାର ସାମୁଦି୍ରକ ଅଭୟାରଣ୍ୟ ଅଂଚଳରେ ଡ଼ଲଫିନ ଗଣନା କରାଯାଇଥିଲା । ଡ଼ିଏଫଓ ଡ. ଯଜ୍ଞଦତ୍ତ ପତି, ପଶ୍ଚିମବଙ୍ଗର ପୂର୍ବତନ ପିସିସିଏଫ ଏନ.ଭି. ରାଜଶେଖର ପ୍ରମୁଖଙ୍କ ନେତୃତ୍ୱରେ ୯ଟି ଦଳ ଡ଼ଲଫିନଙ୍କ ଗଣନା କରିଥିଲେ ।




admin 