ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍
ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍
ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରାୟ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ମାର୍ଚ୍ଚରୁ ଅସହ୍ୟ ଗରମ । ତତଲା ତାୱାରେ ସିଝୁଛି ଓଡିଶା । ଆଗକୁ ସ୍ଥିତି ବିଗିଡିବାର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିସନର କାର୍ୟ୍ୟାଳୟ ପକ୍ଷରୁ ଆକଳନ କରାଯାଇଛି । ଏସଆରସିଙ୍କ ପକ୍ଷରୁ ହେଭିୱେଟ ସତର୍କତା ଜାରି ହୋଇଛି ।
ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଘରୋଇ ସ୍କୁଲକୁ ଏପ୍ରିଲ ୨ରୁ ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୬ଟା ୩୦ରୁ ୧୦ଟା ପର୍ୟ୍ୟନ୍ତ ଚାଲିବ । ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ୭ଟାରୁ ୧୧ଟା ପର୍ୟ୍ୟନ୍ତ ଚାଲିବ । ଏପ୍ରିଲରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।




admin 