୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ

୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ

୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ
ଭୁବନେଶ୍ୱର: ଏକ ଅଭାବନୀୟ ଘଟଣା ଘଟିଯାଇଛି । ଧାନଖଳାରେ ନିଆଁ ଲାଗି ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ରାଜନଗର ବ୍ଲକ ଓକିଳପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ, ସପରିବାର ଧାନ ଖଳାରେ ଶୋଇଥିଲେ । ଡିବିରୁ ନିଆଁ ଲାଗି ଧାନ ଖଳା ପୋଡି ଯାଇଥିଲା ଏହି ନିଆଁରେ ବାପା, ମାଆ ଓ ୧୨ ବର୍ଷର ଝିଅ ପୋଡି ଯାଇଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ୩ ବର୍ଷର ଝିଅ ପୋଡି ଯାଇ ମୃତୁ୍ୟବରଣ କରିଛି ।