ଆମେ କେବେ ଅଟକିବୁ ନା ଭାରତ ଅଟକିବ : ରାଷ୍ଟ୍ରପତି
ଆମେ କେବେ ଅଟକିବୁ ନା ଭାରତ ଅଟକିବ : ରାଷ୍ଟ୍ରପତି
admin
Jan 29, 2021 - 07:00
Updated: Jan 29, 2021 - 07:00
ନୂଆଦିଲ୍ଲୀ: ଆଜି ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, କରୋନା କାଳରେ ଏ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ । ଯେବେ ଏମିତି ପରୀକ୍ଷାର ସମୟ ଆସିଛି, ଭାରତ ଆଗକୁ ଉଠିଛି । ଯେବେ କିଛି ବିପଦ ଆସିଛି, ଦେଶବାସୀ ଏକାଠି ହୋଇ ଲଢିଛନ୍ତି । ଆଜି ଭାରତ ଏକ ନୂଆ ସାମର୍ଥ୍ୟ ସହ ବିଶ୍ୱରେ ଆଗକୁ ଆସିଛି । କରୋନା କାଳରେ କେହି ଭୋକରେ ନରହିବେ ତାହାର ବ୍ୟବସ୍ଥା ହୋଇଛି । ଲୋକଙ୍କୁ ମାଗଣା ରାସନ ଓ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଥିଲା । ଶ୍ରମିକଙ୍କ କାମ ଦେବାକୁ ଅଧିକ ୫୦ କୋଟି ଶ୍ରମ ଦିବସ ହୋଇଥିଲା । ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମାଗଣା ମିଳିଥିଲା । କରୋନା ଜଣାଇଦେଲା କାହିଁକି ଆତ୍ମନିଭର ଭାରତ ଜରୁରୀ । ଭାରତ ଏବେ ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇଛି । ଅନ୍ୟ ଦେଶକୁ ଟିକା ପଠାଇ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଇଛି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ମିଳୁଛି । ସ୍ୱାସ୍ଥ୍ୟ ସୁବିଧାା ଯୋଗାଇ ଦେବାକୁ ମେଡିକାଲ କଲେଜ ବଢିବା ଜରୁରୀ । ୨୦୧୪ରେ ଦେଶରେ ୩୮୭ ମେଡିକାଲ କଲେଜ ଥିଲା । ଏବେ ୫୬୨ଟି ଅଛି । ଦେଶରେ ଆଉ ୨୨ ଏମସ ସ୍ଥାପନା କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।