୨୪ ଘଣ୍ଟାରେ ୯ ଶିଶୁଙ୍କ ମୃତ୍ୟୁ

୨୪ ଘଣ୍ଟାରେ ୯ ଶିଶୁଙ୍କ ମୃତ୍ୟୁ

୨୪ ଘଣ୍ଟାରେ ୯ ଶିଶୁଙ୍କ ମୃତ୍ୟୁ
କୋଟା :ରାଜସ୍ଥାନର କୋଟା ସହରର ଜେକେ ଲୋନ ହସ୍ପିଟାଲରେ ଶିଶୁ ମଡକ ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ୯ ଜଣ ଶିଶୁଙ୍କଙ୍କର ମୃତ୍ୟୁ ହୋଇଛି । ୯ ଶିଶୁଙ୍କ ମଧ୍ୟରୁ ୫ ଶିଶୁଙ୍କର ମୃତ୍ୟୁ ବୁଧବାର ରାତ୍ରିରେ ହୋଇଥିଲା । ଏହାପରେ ଶିଶୁଙ୍କ ପରିବାର ଲୋକେ ଡାକ୍ତରଖାନା ପରିସରରେ ହଙ୍ଗାମା କରିଛନ୍ତି । ଶିଶୁଙ୍କ ସମ୍ପର୍କୀୟମାନେ ଏନେଇ ଡାକ୍ତରଖାନାର ଚରମ ଅବେହଳାକୁ ଦାୟୀ କରିଛନ୍ତି । ଏହାର ଗୋଟିଏ ବର୍ଷ ପୂର୍ବରୁ କୋଟାର ଏହି ହସ୍ପିଟାଲରେ ୧୦୦ ନବଜାତ ପ୍ରାଣ ହରାଇଥିଲେ। ପ୍ରାଣ ହରାଇଥିବା ଶିଶୁଙ୍କ ବୟସ ୧ରୁ ୪ ଦିନର ବୋଲି ସୂଚନା ରହିଛି । ଘଟଣାକୁ ନେଇ ବିବାଦ ସୃଷ୍ଟି ହେବାରୁ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟରେ ସମସ୍ତ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନବଜାତଙ୍କ ଚିକିତ୍ସା ବେଳେ ଅଧିକ ସତର୍କ ରହିବାକୁ କହିଛନ୍ତି। ତେବେ ରିପୋର୍ଟ ଅନୁସାରେ ମୃତ ୯ ଶିଶୁଙ୍କ ମଧ୍ୟରୁ ୩ ନବଜାତ ମୃତ୍ୟୁ ଅବସ୍ଥାରେ ହସ୍ପିଟାଲକୁ ଆସିଥିବାବେଳେ ଅନ୍ୟ ତିନି ନବଜାତଙ୍କର ମୃତ୍ୟୁ ଜନ୍ମଜାତ ରୋଗ କାରଣରୁ ହୋଇଛି । ସେହିପରି ଅନ୍ୟ ତିନି ନବଜାତ ଶିଶୁ ହସ୍ପିଟାଲରେ ହଠାତ୍‌ ମୃତ୍ୟୁବରଣ କରିଛନ୍ତି ।