୨୪ ଘଣ୍ଟାରେ ୬୩ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ, ୭୩୦ ମୃତ

୨୪ ଘଣ୍ଟାରେ ୬୩ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ, ୭୩୦ ମୃତ

୨୪ ଘଣ୍ଟାରେ ୬୩ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ, ୭୩୦ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୬୩୫୦୯ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ୭୩୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨.୩୯ ଲକ୍ଷ ଛୁଇଁଛି । ସେହିପରି ୭୩୦ ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ୫୮୬ରେ ପହଞ୍ଚିଛି । ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୭୪ ହଜାର ୬୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ଲାଭ କରିଥିବା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୩ ଲକ୍ଷ ସୁସ୍ଥ ହୋଇଛନ୍ତି ଯାହାକି ଏକ ଭଲ ଖବର । ସେହିପରି ଦେଶରେ ମୃତ୍ୟୁ ହାର ବିଶ୍ୱରେ ସର୍ବନିମ୍ନ ବୋଲି ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।