ବସକୁ ୫ ଲକ୍ଷ ୬୬ ହଜାର ଜରିମାନା

ବସକୁ ୫ ଲକ୍ଷ ୬୬ ହଜାର ଜରିମାନା

ବସକୁ ୫ ଲକ୍ଷ ୬୬ ହଜାର ଜରିମାନା
ଭୁବନେଶ୍ୱର : ରାଜ୍ୟରେ ଏକ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କାର ଜରିମାନା କରାଯାଇଛି । କୋରାପୁଟରୁ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଯାତ୍ରୀବାହି ବସଟିକୁ ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଜରିମାନା ପ୍ରଦାନ କରାଯାଇଛି । ବୈଧ ଷ୍ଟେଜ କ୍ୟାରେଜ ପରମିଟ ନଥିବା ତଥା ଏମଭି ଟ୍ୟାକ୍ସ ପ୍ରଦାନ ନକରିବା କାରଣରୁ ବସଟିକୁ ୫ ଲକ୍ଷ ୬୬ ୯୮୧ ଟଙ୍କାର ଜରିମାନା ପ୍ରଦାନ କରାଯାଇଛି । ଏହି ବସଟି ମେ ୨୦୧୯ରୁ ଏମଭି ଟିକସ ପ୍ରଦାନ କରିନଥିବା ଜଣାପଡିଛି ।