୨୧ ବିଜେପି ବିଧାୟକଙ୍କ ଟିକେଟ୍ କଟିଲା, ୨୧ ଜଣ ନୂଆ ମୁହଁ
୨୧ ବିଜେପି ବିଧାୟକଙ୍କ ଟିକେଟ୍ କଟିଲା, ୨୧ ଜଣ ନୂଆ ମୁହଁ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ୧୦୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ୫୭ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ୪୮ ଜଣଙ୍କ ନାମ ଘୋଷଣା କରାଯାଇଛି। ସେଥି ମଧ୍ୟରୁ ୨୧ ଜଣ ବର୍ତ୍ତମାନର ବିଧାୟକଙ୍କ ନାମ କଟିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ୨୦ ଜଣ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୋରଖପୁର ସହରରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ପାର୍ଟି ନେତୃତ୍ବ ଘୋଷଣା କରିଛନ୍ତି। ଏହା ସହିତ ସିରଥୁରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ନିର୍ବାଚନ ଲଢ଼ିବେ। ପୂର୍ବରୁ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଥିଲା। ମାତ୍ର ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଯୋଗୀ ସରକାରଙ୍କ ଅନ୍ୟତମ ପ୍ରମୁଖ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ମଥୁରାରୁ ନିର୍ବାଚନ ଲଢ଼ିବେ। ଶ୍ରୀ ପ୍ରଧାନ ଦିଲ୍ଳୀ ମୁଖ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି।




admin 