ଗଢ଼ା ହେଲା ଉଚ୍ଚସ୍ତରୀୟ କମିଟି, ରଞ୍ଜୀବ-ଯୁବ କଂଗ୍ରେସ, ଦେବାଶିଷ ଛାତ୍ର କଂଗ୍ରେସ କମିଟି ଅଧ୍ୟକ୍ଷ
ଗଢ଼ା ହେଲା ଉଚ୍ଚସ୍ତରୀୟ କମିଟି, ରଞ୍ଜୀବ-ଯୁବ କଂଗ୍ରେସ, ଦେବାଶିଷ ଛାତ୍ର କଂଗ୍ରେସ କମିଟି ଅଧ୍ୟକ୍ଷ
admin
Dec 23, 2019 - 06:39
Updated: Dec 23, 2019 - 06:39
ଭୁବନେଶ୍ୱର - ଛାତ୍ର ଓ ଯୁବକଂଗ୍ରେସ ଟିମ୍କୁ ସଜାଡ଼ିବାକୁ ବବ୍ଲୁ ପି୍ରଣ୍ଟ ପ୍ରସ୍ତୁତ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳର ଛାମୁଆ ସଂଗଠନକୁ ମଜବୁତ କରିବା ପାଇଁ ଛାତ୍ର ଓ ଯୁବ କଂଗ୍ରେସର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଯୁବକଂଗ୍ରେସ ପାଇଁ ଗଢ଼ା ହୋଇଥିବା ଉଚ୍ଚସ୍ତରୀୟ କମିଟିରେ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ଅଧ୍ୟକ୍ଷ ଥିବା ବେଳେ ସଦସ୍ୟ ଭାବେ ପୂର୍ବତନ ସାଂସଦ ତଥା ଯୁବକଂଗ୍ରେସର ପ୍ରାକ୍ତନ ସଭାପତି ପ୍ରଦୀପ ମାଝୀ ଆବାହକ ରହିଛନ୍ତି । କମିଟିରେ ସଦସ୍ୟ ଭାବେ ଯୁବକଂଗ୍ରେସ ପୂର୍ବତନ ସଭାପତି ସଂଗ୍ରାମ କେଶରୀ ଜେନା ଓ ରଜତ ଚୌଧୁରୀ ସଦସ୍ୟ ରହିଛନ୍ତି । ଏହି କମିଟିକୁ ୧୦ ଦିନ ସମୟ ଦିଆଯାଇଛି । ୧୦ ଦିନ ମଧ୍ୟରେ କମିଟି ଯୁବ କଂଗ୍ରେସ କର୍ମୀମାନଙ୍କ ସହିତ ଆଲୋଚନା କରି ପିସିସି ସଭାପତିଙ୍କୁ ରିପୋର୍ଟ ଦେବ । ରିପୋର୍ଟ ପାଇବା ପରେ ନିରଞ୍ଜନ ତାହାକୁ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତ ଯୁବ କଂଗ୍ରେସ କାର୍ଯ୍ୟାଳୟକୁ ପଠାଇବେ ବୋଲି ସୂଚନା ଦେଇଛନ୍ତି । ତେବେ ଛାତ୍ର କଂଗ୍ରେସ ହେଉ କିମ୍ବା ଯୁବକଂଗ୍ରେସ ପୂର୍ବ ଭଳି ଆଉ ନିର୍ବାଚନ ନ ହୋଇ ଏଣିକି ମନୋନୟନ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ଦଳରେ ପରସ୍ପର ମଧ୍ୟରେ ଲଢ଼ିବାକୁ ଦୀର୍ଘ ଦିନ ହେବ ଯୁବ ଓ ଛାତ୍ରନେତାମାନେ ବିରୋଧ କରୁଥିଲେ । ସହମତି ଭିତରେ ମନୋନୟନ କରିବାକୁ ପରାମର୍ଶ ଦେଇଥିଲେ । ଯାହା ଏବେ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।
ଅପରପକ୍ଷେ ଦୀର୍ଘ ଦିନ ହେବ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ପଦବି ଖାଲି ପଡ଼ିଛି । ଫଳରେ ରାଜ୍ୟରେ ଛାତ୍ର କଂଗ୍ରେସର ସ୍ଥିତି ଦିନକୁ ଦିନ ଅଧିକ ଦୁର୍ବଳ ହେବାରେ ଲାଗିଛି । ଯାହାକୁ ସଜାଡ଼ିବାକୁ ବାହାରିଛନ୍ତି ପିସିସି ସଭାପତି ନିରଞ୍ଜନ । ତାଙ୍କ ନିଦେ୍ର୍ଧଶ ଅନୁସାରେ ଛାତ୍ରକଂଗ୍ରେସର ସୁପରିଚାଳନା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଥିବା ବେଳେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସ୍ୱାଗତିକା ପଟ୍ଟନାୟକ ସଭ୍ୟ ରହିଛନ୍ତି । ବରିଷ୍ଠ ଛାତ୍ର କଂଗ୍ରେସ ନେତା ତଥା ଉକ୍ରଳ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦରେ ପୂର୍ବତନ ସଭାପତି ମନୋଜ ବିଶ୍ୱାଳ ଏହି କମିଟିରେ ଆବାହକ ରହିଛନ୍ତି । ଏହି କମିଟିର ଏକ ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଛାତ୍ର କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ରାଜ୍ୟରେ କିଏ ନେତୃତ୍ୱ ନେବ ସେ ବାବଦରେ ଛାତ୍ର କଂଗ୍ରେସରେ ସକି୍ରୟ ଥିବା ଛାତ୍ରନେତାଙ୍କ ମତାମତ ନିଆଯାଇଥିଲା । କିଛି ନାମକୁ ସର୍ଟ ଲିଷ୍ଟ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଦିଆଯିବ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।