ଝାଡଖଣ୍ଡ ଜନାଦେଶ ଜେଏମଏମ-କଂଗ୍ରେସ-ଆରଜେଡି ଆଗୁଆ

ଝାଡଖଣ୍ଡ ଜନାଦେଶ ଜେଏମଏମ-କଂଗ୍ରେସ-ଆରଜେଡି ଆଗୁଆ

ଝାଡଖଣ୍ଡ ଜନାଦେଶ ଜେଏମଏମ-କଂଗ୍ରେସ-ଆରଜେଡି ଆଗୁଆ
ଭୁବନେଶ୍ୱର - ଝାରଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଅଦ୍ୟାବଧି ମିଳିଥିବା ସୂଚନା ଅନୁଯାୟୀ ୮୧ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି, ଜେଏମଏମ-କଂଗ୍ରେସ ମେଂଟ ମଧ୍ୟରେ କଡ଼ା ଟକ୍କର ହେଉଛି । କେତେବେଳେ ବିଜେପି ଆଗରେ ରହୁଛି ତ କେବେ ଜେଏମଏମ-କଂଗ୍ରେସ ମେଂଟ । ତେବେ ସରକାର ଗଢ଼ିବା ପାଇଁ ୪୧ ସିଟ ଆବଶ୍ୟକ ଥିବାବେଳେ କଂଗ୍ରେସ ଓ ଜେଏମଏମ ମେଂଟ ୩୯ ଆସନରେ ଆଗରେ ରହିଛି । ଯେତେବେଳେକି ବିଜେପି ୩୧ ଆସନରେ ଆଗୁଆ ରହିଛି । ସେହିପରି ବିଏସପି ମଧ୍ୟ ୨ ସିଟରେ ଆଗୁଆ ଅଛି । ଜେଭିଏମ ୪ ସିଟରେ ଆଗୁଆ ଥିବାବେଳେ ଆଜସୁ ୩ ସିଟରେ ଆଗୁଆ ଅଛି । କଂଗ୍ରେସ ଟିକେଟ ନପାଇ ଅସନ୍ତୁଷ୍ଟ ଭାବେ ଲଢ଼ିଥିବା କେତେକ ନେତା ବି ଆଗୁଆ ରହିଥିବା ଜାଣିବାକୁ ମିଳିଛି । ସୂଚନାଯୋଗ୍ୟଯେ, ଏକଜିଟ ପୋଲର ଆକଳନ ଅନୁଯାୟୀ ଆଇଏନଏସ-ସି ଭୋଟର-ଏବିପି : ଜେଏମଏମ ନେତୃତ୍ୱାଧୀନ ମେଂଟ ୩୧ରୁ ୩୯ ଆସନ ପାଇବାର ଥିବାବେଳେ ବିଜେପିକୁ ୨୮ରୁ ୩୬ ଆସନ ମିଳିବାର ସମ୍ଭାବନା ରହିଛି । ଇଣ୍ଡିଆଟୁଡେ-ଆକ୍ସିସ : ବିଜେପିକୁ ୨୨ରୁ ୩୨ ଆସନ ମିଳିବ । ଯେତେବେଳେକି ଜେଏମଏମ ଓ ଆରଜେଡ଼ିକୁ ୩୮ରୁ ୫୦ ଆସନ ମିଳିବାର ସମ୍ଭାବନା ରହିଛି ।