ବେଲପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ
ବେଲପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ
admin
Dec 23, 2019 - 05:47
Updated: Dec 23, 2019 - 05:47
ବେଲପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ
ବେଲପଡା(ମନୋଜ କୁମାର ମିଶ୍ର) - ବଲାଙ୍ଗିର ଜିଲ୍ଲା ବେଲପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୨୮ତମ ବାର୍ଷିକୋତ୍ସବ ଏକ ମନୋଜ୍ଞ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ଜଗଦିଶ ପୁଟେଲ ଙ୍କ ତତ୍ୱାବଧାନ ଓ ପରିଚାଳନା କମିଟୀ ସଭାପତି ବୀରବଲପ୍ରସାଦ ଜୈନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଂପାଦକ ପ୍ରକାଶ ପଟ୍ଟ୍ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କଣ୍ଟାବଂଜୀ ସଂକୁଳ ପ୍ରମୁଖ ଲୋହିତ କୁମାର ଗଡତିଆ ସଭାକାର୍ଯ୍ୟ ସଂଚାଳନ କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ବିଧାୟକ ସରୋଜ ମହେର ,ମୁୁଖ୍ୟ ବକ୍ତା ଭାବରେ ରୁଦ୍ରମାଧବ ବାରିକ (ଅଧ୍ୟକ୍ଷ ପଲ୍ଲୀ ପ୍ରଗତିମହାବିଦ୍ୟାଳୟ ,ଦୋହେଲପଡା ) ଯୋଗ ଦେଇ ଭାରତୀୟ ଶିକ୍ଷାର ଚାରୋଟୀ ଆଧାର ବୋଧଚତୁଷ୍ଟୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥୀ ଭାବରେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନ ଯୋଗ ଦେଇ ଶିଶୁର ଚରିତ୍ର ଗଠନ ଓ ନୈତିକ ଶିକ୍ଷା ପ୍ରଦାନ ରେ ବିଦ୍ୟାଳୟ ତଥା ମାଆ ମାନଙ୍କ ଗୁରୁତ୍ୱପୂର୍ଣ ଭୁମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପରେ ବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗୀତା ର କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ପୁରସ୍କୃତ କରିଥିଲ । ଶେଷ ରେ ଯୁଗ୍ମ ସଂପାଦକ ହରିହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ଛାତ୍ର ଛାତ୍ର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷିତ ହୋଇଥିଲା ।