୨୬ ଯାଏ କୋର୍ଟ ବର୍ଜନ

୨୬ ଯାଏ କୋର୍ଟ ବର୍ଜନ

୨୬ ଯାଏ କୋର୍ଟ ବର୍ଜନ
ଭୁବନେଶ୍ୱର: ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକ ବସି କିଛି ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛିି । ଜୁନ୍ ୨୬ ଯାଏ କୋର୍ଟ ବର୍ଜନ ଜାରି ରଖିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ୨୬ରେ ପରିଷଦର ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ । ୨୬ ପୂର୍ବରୁ ସିଜିଆଇ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସଂଘ ପ୍ରତିନିଧି ଭେଟିବାର କାର୍ଯ୍ୟକ୍ରମ ରହିଛି । ହାଇକୋର୍ଟରେ ଖାଲି ଥିବା ୧୪ଟି ପଦବୀ ପୂରଣ ପାଇଁ ସଂଘ ଦାବି କରିଛି । ପଦବୀରେ ହାଇକୋର୍ଟର ନିୟମିତ ଆଇନଜୀବୀଙ୍କୁ ଧ୍ୟାନ ଦେବାକୁ ଦାବି କରାଯାଇଛି । ହାଇକୋର୍ଟ କଲେଜିୟମର ୩ ସଦସ୍ୟ କୋର୍ଟ ବର୍ଜନ କରିଛନ୍ତି ।