ଶେଷରେ ଯୋଗୀ ଜୀଙ୍କୁ ଘରକୁ ପଠାଇଦେଲା ପାର୍ଟି: ଅଖିଳେଶ
ଶେଷରେ ଯୋଗୀ ଜୀଙ୍କୁ ଘରକୁ ପଠାଇଦେଲା ପାର୍ଟି: ଅଖିଳେଶ
ଲକ୍ଷ୍ନୌ: ଶେଷରେ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଘର ପଠାଇ ଦେବାକୁ ନିର୍ଣ୍ଣୟ ନେଇଛି ତାଙ୍କ ପାର୍ଟି। ଯୋଗୀ ଆଦିତ୍ୟନାଥଙ୍କୁ ଲକ୍ଷ୍ୟ କରି ଏପରି କଟାକ୍ଷ କରିଛନ୍ତି ସମାଜବାଦ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ସେ ଏପରି ପ୍ରତିକ୍ରିୟା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି କେବେ ଯୋଗୀଜୀ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ କୁହାଯାଉଥିଲା। ହେଲେ ଏବେ ତାଙ୍କୁ ଗୋରଖପୁର ପଠାଇ ଦିଆଯାଇଛି। ତାଙ୍କୁ ବେହୁତ ବୋହୁତ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ପାର୍ଟି କାହିଁକି ତାଙ୍କ ଘର ପଠାଇ ଦେଲା ତାହା ସେମାନେ ଠିକ୍ କହିପାରିବେ ବୋଲି କହିଛନ୍ତି। ସେହିପରି ଗତକାଲି ପାର୍ଟି କାର୍ୟ୍ୟାଳୟରେ ଭିଡ଼କୁ ନେଇ ସେ ଦୁଃଖ ପ୍ରକାଶ କରିବା ସହିତ ଅଫିସ ନୋଟିସ୍ ଲଗାଇ ଦେଇଛନ୍ତି। ସେହିପରି ବିଜେପିର କୌଣସି ନେତାକୁ ପାର୍ଟିରେ ନ ମିଶାଇବାକୁ ଘୋଷଣା କରିଛନ୍ତି। ଯାହାର ବି ଟିକେଟ୍ କଟିଛି କଟୁ, କିନ୍ତୁ ସେମାନଙ୍କୁ କୌଣସି ପରିସ୍ଥିତିରେ ପାର୍ଟିରେ ମିଶାଯିବ ନାହିଁ ବୋଲି କହିଛନ୍ତି।




admin 