ଗୋରଖପୁର ସହରରୁ ନିର୍ବାଚନ ଲଢ଼ିବେ ଯୋଗୀ ଆଦିତ୍ୟନାଥ

ଗୋରଖପୁର ସହରରୁ ନିର୍ବାଚନ ଲଢ଼ିବେ ଯୋଗୀ ଆଦିତ୍ୟନାଥ

ଗୋରଖପୁର ସହରରୁ ନିର୍ବାଚନ ଲଢ଼ିବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ:  ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୋରଖପୁର ସହରରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ପାର୍ଟି ନେତୃତ୍ବ ଘୋଷଣା କରିଛନ୍ତି। ଏହା ସହିତ ସିରଥୁରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ନିର୍ବାଚନ ଲଢ଼ିବେ। ପୂର୍ବରୁ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଥିଲା। ମାତ୍ର ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଳୀ ମୁଖ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି।ଏହା ସହିତ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଦଳ ପକ୍ଷରୁ ୨ଟି ପର୍ୟ୍ୟାୟରେ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରର୍ଥମ ପର୍ୟ୍ୟାୟରେ ୫୮ ସିଟ୍‌ରେ ନିର୍ବାଚନ ହେଉଥିବା ବେଳେ ୫୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ପର୍ୟ୍ୟାୟ ପାଇଁ ୪୮ ଜଣଙ୍କ ନାମ ଘୋ‌ଷଣା କରାଯାଇଛି।