ବିଜେପି ରାବଣର ସନ୍ତାନ ସହ ସମାନ: କଂଗ୍ରେସ

ବିଜେପି ରାବଣର ସନ୍ତାନ ସହ ସମାନ: କଂଗ୍ରେସ

ବିଜେପି ରାବଣର ସନ୍ତାନ ସହ ସମାନ: କଂଗ୍ରେସ
ଲୋକସଭାରେ ଆଜି କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ବା ଛୁଆ ସହ ତୁଳନା କରିଛନ୍ତି । ସଂସଦର ଶୂନ୍ୟକାଳରେ ଅଧୀର ରଞ୍ଜନ ଚୌଧୁରୀ ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ‘ସତ୍ୟାଗ୍ରହ ଏକ ଡ୍ରାମା’ ମନ୍ତବ୍ୟକୁ କାଉଣ୍ଟର କରିବାକୁ ଯାଇ ଏଭଳି କହିଛନ୍ତି। ଏଭଳି ମନ୍ତବ୍ୟକୁ ନେଇ ସଂସଦରେ ହୋ ହାଲ୍ଲା ହେବା ପରେ ଏହାକୁ ସଂସଦର କାର୍ୟ୍ୟଧାରାରୁ ହଟାଇ ଦିଆଯାଇଛି। ଆଜି ଲୋକସଭାରେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ଅଧୀର ରଞ୍ଜନ ଚୌଧୁରୀ ଯେତେବେଲେ କହିବା ଆରମ୍ଭ କଲେ ସେତେବେଳେ ହୋ ହାଲ୍ଲା ଆରମ୍ଭ ହୋଇଥିଲା। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ହେଉଛି। କୌଣସି ସ୍ଥାନରେ ବିବାଦ ନାହିଁ। ଏଭଳି ମନ୍ତବ୍ୟ ରଖି ବିଜେପିକୁ କଟୁ ସମାଲୋଚନା କରିବାକୁ ଯାଇ ଅଧୀର କହିଥିଲେ, ଗାନ୍ଧି ହେଉଛନ୍ତି ରାମଙ୍କ ପୂଜାରୀ। ଏବଂ ବିଜେପି ରାମଙ୍କ ପୂଜାରୀଙ୍କୁ ଅପମାନ କରୁଛି ବୋଲି ସେ କହିଥିଲେ। ଏହାପରେ ସେ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଥିଲେ। ଅଧୀରଙ୍କ ଏଭଳି ମନ୍ତବ୍ୟ ପରେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। ଏଭଳି ମନ୍ତବ୍ୟକୁ ନେଇ ଶାସକ ଦଳ ଆପତ୍ତି ଉଠାଇବା ପରେ ବାଚସ୍ପତି ଓମ୍ ବିର୍ଲା ଏଭଳି ମତକୁ ଲୋକସଭାର କାର୍ୟ୍ୟଧାରାରୁ ହଟାଇ ଦେଇଥିଲେ। ସେ କହିଥିଲେ ଅସଂସଦୀୟ ଶବ୍ଦକୁ ତୁରନ୍ତ ହଟାଯାଉ। ବିଜେପି ସାଂସଦ ମାନେ ଏଭଳି ମତକୁ ବିରୋଧ କରିବା ସହିତ ସୋନିଆ ଗାନ୍ଧି ମୁର୍ଦ୍ଦାବାଦର ନାରା ଦେଇଥିଲେ। ସୂଚନାଯୋଗ୍ୟ, ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମକୁ ଏକ ଡ୍ରାମା ବୋଲି କହିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନନ୍ତ କୁମାର ହେଗଡ଼େ। ହେଗଡ଼େଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବାରୁ ବିଜେପି ପକ୍ଷରୁ ତାଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ କୁହାଯାଇଛି। ହେଲେ ଏଯାଏ ସେଭଳି କୌଣସି କ୍ଷମା ମାଗି ନାହାନ୍ତି।