ନୀତିଶଙ୍କ ସୂଚନା, ବିଜେପି ସହ ମେଂଟ ରହିବ ଅତୁଟ ।

ନୀତିଶଙ୍କ ସୂଚନା, ବିଜେପି ସହ ମେଂଟ ରହିବ ଅତୁଟ ।

ନୀତିଶଙ୍କ ସୂଚନା, ବିଜେପି ସହ ମେଂଟ ରହିବ ଅତୁଟ ।
ପାଟନା: ସିଏଏ ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନଆରସି) କୁ ବିରୋଧ ସତ୍ତ୍ୱେ ବିହାରର ବିଜେପି ସହ ଜେଡିୟୁର ମେଣ୍ଟ ସମ୍ପର୍କ ଅତୁଟ ରହିବା ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୂଚନା ଦେଇଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ନୀତୀଶଙ୍କ ମେଣ୍ଟକୁ ନେଇ ଅସ୍ପଷ୍ଟ ଚିତ୍ର ନଜରକୁ ଆସୁଥିବା ବେଳେ ରବିବାର ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଜେଡିୟୁ ମୁଖ୍ୟ ନୀତୀଶ ଦଳୀୟ ସମାବେଶରେ ଦେଇଥିବା ପରୋକ୍ଷ ସୂଚନା ବିଜେପି ସହିତ ଜେଡିୟୁର ସମ୍ପର୍କ ଅତୁଟ ରହିବାକୁ ସୂଚିତ କରିଛି । ନୀତୀଶ କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ୨୦୦ ରୁ ଅଧିକ ଆସନ ପାଇବ । ଏଥିପାଇଁ ଦଳୀୟ କର୍ମୀମାନଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିବ । ଏହା ପୂର୍ବରୁ ଜାନୁଆରୀରେ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଥିଲେ ସେ ବିହାରରେ ନୀତୀଶ କୁମାର ଏନଡିଏର ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ନିକଟରେ ଏନଆରସିକୁ ବିରୋଧ କରି ବିହାର ବିଧାନସଭାରେ ପ୍ରସ୍ତା ଗୃହୀତ ହୋଇଥିଲା । ସେହିପରି ସିଏଏକୁ ନେଇ ମଧ୍ୟ ନୀତୀଶ ନିଜର ବିରୋଧାଭାଷ ପ୍ରକାଶ କରିଛନ୍ତି ।