ବିଧାୟକ ମୋକିମଙ୍କ ବୟାନ ରେକର୍ଡ : ବିଜେପି ନେତା ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଧମା

ବିଧାୟକ ମୋକିମଙ୍କ ବୟାନ ରେକର୍ଡ : ବିଜେପି ନେତା ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଧମା

ବିଧାୟକ ମୋକିମଙ୍କ ବୟାନ ରେକର୍ଡ : ବିଜେପି ନେତା ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଧମା
କଟକ: ନୟାଗଡ଼ ପରୀ ହତ୍ୟା ମାମଲାରେ ବିଜେଡିଠାରୁ ଅର୍ଥ ନେଇ କଂଗ୍ରେସର ୯ ଜଣ ବିଧାୟକ ଚୁପ ବସିଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଅଭିଯୋଗ ଆଣିଥିଲା ବେଳେ ଏହାକୁ ବିରୋଧ କରି କଟକ-ବାରବାଟୀରେ ବିଧାୟକ ଇଂ ମହମ୍ମଦ ମୋକିମ କଟକ ସଦର ଏସଡିଜେଏମଙ୍କ ଅଦାଲତରେ ଏକ ମାନହାନି ମୋକଦ୍ଧମା ରୁଜୁ କରିଥିଲେ । ଏହି ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଥିଲା । ବିଧାୟକ ଶ୍ରୀ ମୋକିମ ତାଙ୍କ ବୟାନରେ କହିଥିଲେ ଯେ ସମ୍ବିତ ପାତ୍ର ଯେଉଁ ଅଭିଯୋଗ ଆଣିଥିଲେ ତାହା ଦ୍ୱାରା ତାଙ୍କର ତଥା ତାଙ୍କ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି । ଏହା ତାଙ୍କ ସ୍ୱାଭିମାନ ପ୍ରତି ଆଞ୍ଚ ଆଣିଛି । ଅର୍ଥ ଆଣି ପାଟି ଚୁପ କରିବା ତାଙ୍କର ସ୍ୱଭାବ ନୁହେଁ । ସେ ଅର୍ଥ ପାଇଁ ରାଜନୀତିକୁ ଆସିନାହାନ୍ତି । ସେ କଟକ ଲୋକଙ୍କ ସେବା ପାଇଁ ରାଜନୀତିରେ ଅଛନ୍ତି । ସେ ଏହି ମାନହାନି ମୋକଦ୍ଧମା ରୁଜୁ କରିଥିଲେ ମଧ୍ୟ ଏଥିପାଇଁ କୌଣସି ଅର୍ଥ ଦାବି ରଖିନାହାନ୍ତି । ସମ୍ବିତ ପାତ୍ରଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହାଁନ୍ତି ନାହିଁ ବୋଲି ବିଧାୟକ ମୋକିମ ତାଙ୍କ ବୟାନରେ କହିଥିଲେ । ବିଧାୟକ ଶ୍ରୀ ମୋକିମଙ୍କ ବୟାନ ରେକର୍ଡ ପରେ ଅଦାଲତ ଏହି ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୮ ତାରିଖ କୁ ଧାର୍ଯ୍ୟ କରିଛନ୍ତି ।